Odisha news

ନାଉଗାଁ ରୁ ଦୁଇ କୁଖ୍ୟାତ ଡକାୟତ ଗିରଫ

0
ନାଉଗାଁ ଅଞ୍ଚଳ ର ଦୁଇ କୁଖ୍ୟାତ ଅପରାଧୀ ଗିରଫ l ସୂଚନା ଯୋଗ୍ୟ ଜେ ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ କାନୁନଗୋସାହି ଗ୍ରାମର ଶୁଭମ ଦାସ ଓ ଶଶିକାନ୍ତ ମାହୁନ୍ତ ଦୀର୍ଘ ଦିନ ଧରି ବହୁ ଅପରାଧୀ କ ମାମଲା ରେ ଜଡିତ ଥିଲେ ମୁଖ୍ୟ ଅପରାଧୀ ଶୁଭମ ଦାସ ଦୀର୍ଘଦିନ ଧରି ପୋଲିସ ଆଖିକୁ ଚକମା ଦେଇ ବୁଲି ଆସୁଥିଲା l ହେଲେ ଗତ 8 ତାରିଖ ଦିନ କୁନୀଲତା ବେହେରା ଙ୍କ ସ୍ୱାମୀ କେନ୍ଦ୍ରାପଡ଼ା ରୁ ନିଜ ଘର କାକଟପୁର ଅଭିମୁଖେ ଯାଉଥିବା ସମୟରେ ନାଉଗାଁ ଅଲଣା ପଂଚାୟତ ଅଫିସ ସମୁଖରେ ଦୁଇ ଯୁବକ ତରୱାଲ ଦେଖାଇ ମୋବାଇଲ ଫୋନ ସମେତ 2000 ଟଙ୍କା ଲୁଟି ନେଇ ଯାଇଥିଲେ ଯାହାକୁ କେନ୍ଦ୍ର କରି କୁନୀଲତା ବେହେରା ଏକ ଲିଖିତ ଅଭିଯୋଗ ନାଉଗାଁ ଥାନାରେ କରିଥିଲେ l ନାଉଗାଁ ପୋଲିସ ଉକ୍ତ ଘଟଣା କୁ କେନ୍ଦ୍ର କରି ଗୋଟେ କେଶ ନମ୍ବର 125/22 ରେ ମାମଲା ରୁଜୁ କରି ଘଟଣା ର ତଦନ୍ତ ଆରମ୍ଭ କରିଥଲା l
ନାଉଗାଁ ପୋଲିସ ବିଶେଷ ସୂତ୍ରରୁ ଖବର ପାଇଁ ଅତର୍କିତ ଭାବେ ନାଉଗାଁ ବଜାର ନିକଟରେ ଥିବା ଏକ ନିଛାଟିଆ ଜାଗାରେ ଡାକୟତି ଯୋଜନା ଚାଲିଥିବା ସମୟରେ ଚଢ଼ାଉ କାରି ଶୁଭମ ଦାସ ଓ ଶଶିକାନ୍ତ ମାହୁନ୍ତ କୁ କାବୁ କରିବା ସହିତ ତାଙ୍କ ନିକଟରୁ ମାରାଣ ଅସ୍ତ୍ର ଜବତ କରଯାଇଥିଲା l ଗତ 8 ତାରିଖ ରେ ଘଟିଥିବା ଲୁଟ ଘଟଣା ରେ ଦୁଇ ଅଭିଯୁକ୍ତ ସମ୍ପୃକ୍ତ ଥିବା ନାଉଗାଁ ପୋଲିସ ଜାଣି ବାକୁ ପାଇଥିଲା ଏବଂ ତାଙ୍କ ନିକଟରୁ ଲୁଟ ସାମଗ୍ରୀ କୁ ମଧ୍ୟ ଜବତ କରାଯାଇଥିଲା l ମୁଖ୍ୟ ଅଭିଯୁକ୍ତ ଶୁଭୁମ ଦାସ ଙ୍କ ନାମରେ ଭୁବନେଶ୍ୱର କ୍ୟାପିଟାଲ ଥାନରେ ଏକ ବାଇକି ଚୋରି ର ଅଭିଯୋଗ ଥିବା ବେଳେ ନାଉଗାଁ ପୋଲିସ ନିକଟରେ ଏକାଧିକ ମାମଲା ଶୁଭମ ଙ୍କ ନାମରେ ରହିଥିବା ଜଣାଯାଇଛି l ଆଜି ନାଉଗାଁ ପୋଲିସ ଶୁଭମ ଓ ତାର ସହଯୋଗୀ ଶଶିକାନ୍ତ କୁ ମେଡିକାଲ ଚେକପ କରାଇ କୋଟ ଚାଲାଣ କାରାଯାଇ ଥିବା କଥା ନାଉଗାଁ ପୋଲିସ ପକ୍ଷରୁ ସୂଚନା ମିଳିଛି
Nalco
Leave A Reply