କୋଭିଡ୍-୧୯ର ଆତଙ୍କକୁ ଦୃଷ୍ଟିରେ ରଖି ନାସା ‘ପ୍ଲସ୍’ ନାଁରେ ଏକ ନୂଆ ନେକ୍ଲେସ୍ ତିଆରି କରିଛି । କୁହାଯାଉଛି ଏହା କରୋନା ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିବ । ଏହାର ବିଶେଷତ୍ୱ ହେଉଛି, ହାତକୁ ମୁହଁ ପାଖକୁ ନେବା ମାତ୍ରେ ନେକ୍ଲେସ୍ରେ ଭାଇବ୍ରେସନ୍ ହେବା ଦ୍ୱାରା ତାକୁ ପିନ୍ଧିଥିବା ଲୋକ ସତର୍କ ହୋଇଯିବ । ଏହାକୁ ନାସାର ଜେଟ୍ ପ୍ରୋପଲସନ୍ ଲାବ୍ ତିଆରି କରିଛି । ଥ୍ରୀ-ଡି ପ୍ରିଣ୍ଟର ସାହାଯ୍ୟରେ ପ୍ରସ୍ତୁତ ଏ ନେକ୍ଲେସ୍ରେ ମୁଦ୍ରା ଆକାରର ଏକ ଡିଭାଇସ୍ ଲାଗିଛି ଯେଉଁଥିରେ ଇନ୍ଫ୍ରାରେଡ୍ ସେନ୍ସର ଅଛି । ଏହା ବାଦ୍ ତିନି ଭୋଲଫ ବ୍ୟାଟେରି ଖଞ୍ଜା ଯାଇଛି । ତେବେ ମାସ୍କର ବିକଳ୍ପ ଭାବେ ଏ ନେକ୍ଲେସ୍ ବ୍ୟବହାର ନ କରିବାକୁ କୁହାଯାଇଛି ।