ନର୍ଲା – (ଦୀପକ କୁମାର ଠାକୁର ) ନର୍ଲା ବ୍ଲକ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁଥିବା ବେଳେ ଅନେକ କାର୍ଯ୍ୟ ରେ ବୀନା ସୂଚନା ଫଳକରେ କାର୍ଯ୍ୟ ଜେଣତେନ ପ୍ରକାରେ ସମାପ୍ତ କରି ବିଲ କରି ଟଙ୍କା ଉଠାଉଥିବା ନଜର କୁ ଆସିଛି । ସରକାରୀ ନିୟମକୁ ଖୋଲା ଖୋଲି ଉଲଂଘନ କରି ଜେଇ (ପଂଚାୟତ ଅଧିକାରୀ ) ମନମୁଖୀ କାର୍ଯ୍ୟ କରୁଥିବା ଜଣ।ପଡିଛି । ସରକାରୀ ନିୟମ ଅନୁଯାଇ ପ୍ରଥମେ ସୂଚନା ଫଳକ ରେ କାର୍ଯ୍ୟର ନାମ ,ଠିକାଦାରଙ୍କ ଠିକଣା ,କାର୍ଯ୍ୟର ଅଟକଳ ପରିମାଣ ଇତ୍ୟାଦି ସୂଚନା ଫଳକ ରେ ଦର୍ଶାଇ କାର୍ଯ୍ୟ ଆରମ୍ଭ କରିବା କଥା କିନ୍ତୁ ନର୍ଲା ବ୍ଲକ ରେ ଚାଲୁଥିବା NREGS ହେଉ କି କଂକ୍ରିଟ ରାସ୍ତା ବା କୌଣସି ଉନ୍ନୟନ ମୂଳକ କାର୍ଯ୍ୟରେ ବୀନା ସୂଚନା ଫଳକରେ କାର୍ଯ୍ୟ ଚାଲୁଥିବା ଦେଖିବାକୁ ମିଳୁଛି । ଏଠାରେ ସୂଚନା ଯୋଗ୍ୟ ଯେ ନର୍ଲା ବ୍ଲକ ଅନ୍ତର୍ଗତ କୁରମେଳ ପଂଚାୟତ ରେ ଚାଲିଥିବା ଆର ଡି ରାସ୍ତା ଠାରୁ ପଂଚାୟତ କାର୍ଯ୍ୟ।ଳୟ ପର୍ଯ୍ୟନ୍ତ ହାରାହାରି ୫୦୦ ମିଟର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିମ୍ନ ମ।ନର ହେବ।ସହ ବୀନା ସୂଚନା ଫଳକରେ କାର୍ଯ୍ୟ ହେଉଥିବାରୁ ଗ୍ରାମବାସୀ କାର୍ଯ୍ୟର ବିନା ଅଟକଳ ପରିମାଣ ଜାଣିପାରୁଥିବା ଅଭିଯୋଗ ହେଉଛି । ଏଠାରେ ତଦାରଖ କରୁଥିବା ସରକାରୀ ଯନ୍ତ୍ରି ଆଲୋକ କୁମାର ନାଏକ ଜାଣିଶୁଣି ସୂଚନା ଫଳକ ବୋର୍ଡ ଲଗାଉନଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ତେଣେ ପୂର୍ବରୁ ବ।ଗପୁର ପଂଚାୟତ ରେ ବିନା ସୂଚନା ଫଳକ ର NREGS କାର୍ଯ୍ୟ କରି ଗଣମାଧ୍ୟମ ରେ ଚର୍ଚାରେ ଆସିଥିବା ସରକାରୀ ଯନ୍ତ୍ରି ନାଏକ ବାବୁ ବର୍ତମାନ କଂକ୍ରିଟ ରାସ୍ତା କାମ ବିନା ସୂଚନା ଫଳକର କାର୍ଯ୍ୟ କରୁଥିବାରୁ ସରକାରୀ ଯନ୍ତ୍ରି ଙ୍କ ଏତା କାର୍ଯ୍ୟ କଳାପ କୁ ଗ୍ରାମବାସୀ ନାପସନ୍ଦ କରୁଥିବା ଜଣ। ପଡିଛି । ସରକାରୀ ଯନ୍ତ୍ରି ଜାଣିଶୁଣି ବିନା ସୂଚନା ଫଳକ ରେ କାର୍ଯ୍ୟ କରୁଥିବାରୁ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଉଛି ।
