ନର୍ଲା (ଦୀପକ କୁମାର ଠାକୁର)- କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀରେ ବଜୁ ଜନତା ଦଳ ତାର ୨୪ତମ ପ୍ରତିଷ୍ଠା ଦିବସ ବାଲିପଡା ବଜାର ପ୍ରାଣଙ୍ଗରେ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ ଯୋଗ ଦେଇ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଳ୍ୟ ସହ ଦୀପ ପ୍ରଜ୍ଜଳନ ପରେ ୧ମିନିଟ ନୀରବ ପ୍ରାର୍ଥନା କରିବା ପରେ ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଏଥିରେ ୪ଟି ବ୍ଲକ ତଥା ନର୍ଲା, କେସିଙ୍ଗା, ମ.ରାମପୁର, କର୍ଲାମୁଣ୍ଡା ବ୍ଲକର ସଭାପତି, ଉପ ସଭାପତି ତଥା କର୍ମକର୍ତ୍ତାମାନେ ଯୋଗ ଦେଇଥିବା ବେଳେ ନର୍ଲା ବ୍ଲକ ସଭାପତି ପରେଶ ପଧାନ ସ୍ୱାଗତ ଭାଷଣ ଦେଇଥିଲେ ।
ନର୍ଲା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ମଞ୍ଚାସୀନ ଅତିଥିମାନେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦୀର୍ଘ ଦୁଇ ଦଶନ୍ଧି ଧରି ଓଡିଶାରେ କ୍ଷମତା ଥିବା ଏହି ଆଞ୍ଚଳିକ ଦଳ ବିଜୁ ବାବୁଙ୍କ ନୀତି ଓ ଆଦର୍ଶକୁ ଅନୁକରଣ କରି ଗ୍ରାମାଞ୍ଚଳରେ ସେବା ମନୋବୃତ୍ତି ନେଇ କାର୍ଯ୍ୟ କରିବାକୁ ବିଧାୟକ ଶ୍ରୀ ସିଂ ସମସ୍ତ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । କରୋନା କଟକଣା ଭିତରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।
ଏଥିରେ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ତଥା ଉପ-ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ, ମ.ରାମପୁର ସଭାପତି ଗୋବିନ୍ଦ ଶତପଥି, ନର୍ଲା ବ୍ଲକ ସରପଞ୍ଚ ସଂଘର ସଭାପତି ଚିରଞ୍ଜିବି ଗୌଡିଆ, ଉପ-ସଭାପତି କିର୍ତ୍ତନ ସାହୁ, ସର୍ଗିଗୁଡା ପୂର୍ବତନ ସରପଞ୍ଚ ହୋମେଶ ଜୈନ, ନର୍ଲା ସଂପାଦକ ମନମୋହନ ନାଏକ, କର୍ଲାମୁଣ୍ଡା ବ୍ଲକ ସଭାପତି ସୁରେନ୍ଦ୍ର ସାହୁ, କେସିଙ୍ଗା ବ୍ଲକର ପ୍ରମିଳା ଶଡଙ୍ଗୀ, ସତ୍ୟଭାମା ସାହୁ, ନର୍ଲା ପଞ୍ଚାୟତ ସଭାପତି କିଶୋର ମାଝୀ, କିନ୍ନର ସଂଘର ସଭାପତି କାମିନୀ କିନ୍ନର, ନାରୀ ସଂଘ, ଯୁବନେତା ଚକ୍ରଧର ଗଉଡ ସମେତ ନର୍ଲା ନିର୍ବଚନ ମଣ୍ଡଳୀର ବହୁ ମହିଳା ତଥା ବିଜୁ ପ୍ରେମୀ ଯୋଗଦେଇଥିଲେ ।