Odisha news

ନର୍ଲା : ବିଧାୟକଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ସକ୍ରିୟ କର୍ମୀଙ୍କ ସହ ଆଲୋଚନା , ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ପ୍ରସ୍ତାବ

0

ନର୍ଲା (ଦୀପକ ଠାକୁର ) : ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ଭୂପିନ୍ଦର ସିଂ ସହ ନର୍ଲା ପଞ୍ଚାୟତର ସକ୍ରିୟ କର୍ମୀ ନର୍ଲା ପଞ୍ଚାୟତରେ ଥିବା ବିଭିନ୍ନ ସମସ୍ୟା ଉପରେ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଥିଲେ ।

ପଞ୍ଚାୟତ ସଭାପତି କିଶୋର ମାଝୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଆଲୋଚନାରେ ନର୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖା ଯାଉଥିବା ବିଭିନ୍ନ ସମସ୍ୟା ତଥା ଶବ ବ୍ୟବଚ୍ଛେଦ ପାଇଁ କୋଠରୀ, ଶିଶୁ ବିଶେଷଜ୍ଞ, ଲେବ୍ରୋଟାରୀ ରୁମ ବିଷୟରେ ଆଲୋଚନା କରିଥିବା ବେଳେ ଅନ୍ୟତମ ସକ୍ରିୟ କର୍ମୀ ତଥା ସାମ୍ବାଦିକ ତ୍ରିଲୋଚନ ଗଉଡ କହିବା ଅନୁ ଯାଇ ନର୍ଲାରେ ଥିବା ଅତି ପୁରୁଣା ରାଣୀ ବନ୍ଧକୁ ଆଦର୍ଶ ବନ୍ଧର ମାନ୍ୟତା ବିଷୟରେ ପ୍ରସ୍ତାବ ଦେଇଥିଲେ ।

ନର୍ଲା ଟାଉନକୁ ଉନ୍ନତି କରଣ ସହ ରାସ୍ତାର ଦୁଇ ପାଶ୍ୱର୍ରେ ଡ୍ରେନ ଓ ଷ୍ଟ୍ରିଟ୍ ଲାଇଟର ବ୍ୟବସ୍ଥା କରା ଯାଉ ବୋଲି ଅନ୍ୟତମ କର୍ମୀ ପୂର୍ଣ୍ଣ ପୁଝାରୀ ମତ ରଖିଥିଲେ । ଅନ୍ୟତମ ଆଲୋଚନା ମଧ୍ୟରେ କଲ୍ୟାଣି ମଣ୍ଡପ, ମିନି ଷ୍ଟାଡିୟମ, ନର୍ଲା ରୁ କଲୋନିପଡା ରାସ୍ତା ଇତ୍ୟାଦି ବିଷୟରେ ଏହି ଭିଡିଓ କନଫରେନ୍ସ ମାଧ୍ୟମରେ ନର୍ଲା ବିଧ୍ୟାୟକଙ୍କ ସହ ସକ୍ରିୟ ବିଜୁ ଜନତା ଦଳର କର୍ମୀମାନେ ଆଲୋଚନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସଭାପତି ପରେଶ ପ୍ରଧାନ, ସଂପାଦକ ଭୋପାଲ ନାଗ, ସକ୍ରିୟ କର୍ମୀ ଚକ୍ର ଗଉଡ, ସଭାନେତ୍ରୀ ପଙ୍କଜିନୀ ନାୟକ, ପ୍ରଦୀପ ହଂସ, ରୋହିତ ମାଝୀ, ଅଶ୍ୱିନ ଗଉଡ, କୃଷ୍ଣ ବାଗ, ବିଜୟ ବାଣୁଆ ତଥା ୫୦ରୁ ଉର୍ଦ୍ଧ ସକ୍ରିୟ କର୍ମୀ ଉପସ୍ଥିତ ଥିଲେ ।

Leave A Reply