ନର୍ଲା (ଦୀପକ କୁମାର ଠାକୁର) ନର୍ଲା ବ୍ଳକ ଅନ୍ତର୍ଗତ ମାଣ୍ଡେଲ ଗ୍ରାମରେ ଆଶା କର୍ମୀ (ଖ) ନିଯୁକ୍ତିରେ ଅନିୟମିତତା ଅଭିଯୋଗ ନେଇ ଗ୍ରାମବାସୀ ପୁନଃ ନୂତନ ଭାବେ ସୂଚନା ଜାରି କରିବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ଗ୍ରାମବାସୀ ଲିଖିତ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇଛନ୍ତି। ଅଭିଯୋଗ ମୁତାବକ ମାଣ୍ଡେଲ ଗ୍ରାମର ଜନସାଧାରଣଙ୍କ ବିନା ଅବଗତରେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ବ୍ୟକ୍ତିଗତ ଭାବେ ଗାଁ ଆଶାକର୍ମୀ ପଦବୀ ନିଯୁକ୍ତି ପାଇଁ ଦରଖାସ୍ତ ଗ୍ରହଣ କରିଥିବା ଅଭିଯୋଗ ହୋଇଛି। ଚଳିତ ମାସ ୭ ତାରିଖରେ ଅଭିଯୋଗ ନେଇ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଗ୍ରାମବାସୀ ଅବଗତ କରିଥିଲେ ସୁଦ୍ଧା ଗତ ୧୨ ତାରିଖରେ ଅନିୟମିତତାର ସହ ଭିତିରିଆ ଆଶା ପଦବୀ ପୂରଣ ସକାଶେ ପ୍ରସ୍ତୁତ ଚଳାଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି।ପୁନଶ୍ଚ ଗତ ଡିସେମ୍ବର ୧୫ ତାରିଖ ଦିନ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଅନିୟମିତତା ସମ୍ପର୍କରେ ଗ୍ରାମବାସୀ ଲିଖିତ ଆକାରରେ ସ୍ପଷ୍ଟୀକରଣ ଦେଇଛନ୍ତି।ମାଣ୍ଡେଲ ଗ୍ରାମର ସାଧୁରାମ ମାଝୀ,ୱ।ଡ଼ ସଭ୍ୟା କୁମୁଦିନୀ ସେଠୀ,ୱ।ଡ଼ ସଭ୍ୟା ସୁମିତ୍ରା ମାଝୀ, ଲକ୍ଷ୍ମୀ ସେଠୀ, ଦିଗାମ୍ବର ମାଝୀ, ହରେକୃଷ୍ଣ ମାଝୀ,କୃଷ୍ଣ ମାଝୀ, ଦେବକୀ ମାଝୀ, ବାହାଦୁର ନାଏକ ପ୍ରମୁଖ ଆଶା ନିଯୁକ୍ତି ପାଇଁ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରି ନିଯୁକ୍ତି ଦେବାକୁ ଦାବି କରିଛନ୍ତି।
