Odisha news

ହିତାଧିକାରୀଙ୍କ ପେଟରେ ଲାତ,ଭତ୍ତା ଟଙ୍କା ହଡ଼ପ ଅଭିଯୋଗ।

0
ନର୍ଲା (ଦୀପକ କୁମାର ଠାକୁର) ବଣ ପାହାଡ ଘେରା ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଲକ ଭୁର୍ଟି ପଞ୍ଚାୟତରେ ଗରିବ ହିତାଧିକାରୀଙ୍କ ଭତ୍ତା ଟଙ୍କା ହଡ଼ପ ଅଭିଯୋଗ ନେଇ ଏକ ସାଂଘାତିକ ଖବର ଆସିଛି। ଏହି ପଞ୍ଚାୟତର ଶିରିଗାଁ ଗ୍ରାମର ୩୫ ଜଣ ହିତାଧିକାରୀଙ୍କ ଗତ ଜାନୁଆରୀ ମାସର ବାର୍ଦ୍ଧକ୍ୟ ଭତ୍ତାକୁ ଦୃଷ୍ଟି ଆଢ଼ୁଆଳରେ ରଖି ସ୍ଥାନୀୟ ଗ୍ରାମ ପଞ୍ଚାୟତର ପିଇଓ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ଗ୍ରାମବାସୀ ଆଣିଛନ୍ତି। ଭୁର୍ଟି ପଞ୍ଚାୟତଟି ପାହାଡ଼ ଘେରା ଦୁର୍ଗମ ପାହାଡିଆ ଅଂଚଳ ଅଟେ। ଏଠାକାର ଆଦିବାସୀ ସରଳ ବିଶ୍ୱାସୀ ସାଧାରଣ ଜୀବନ ଧାରଣରେ ରହି ଆସୁଥିବା ବେଳେ ପୁଣି ଗତ ପଞ୍ଚାୟତ ନିର୍ବାଚନର କୋଳାହଳ ମାହୋଳ ଭିତରେ ସମସ୍ତଙ୍କ ଦୃଷ୍ଟି ହଟାଇ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭତ୍ତା ଟଙ୍କା ବଣ୍ଟନ କରି ନ ଥିବା ଆଲୋଚନା ହେଉଛି। ଏସଂପର୍କରେ ସ୍ଥାନୀୟ ସରପଞ୍ଚ ପିଇଓ ମହାଶୟଙ୍କୁ ପଚାରି ବୁଝିଥିଲେ ତେବେ ପିଇଓ ରୂପାଧର ଧରୁଆ କୈାଣସି ସଠିକ ତଥ୍ୟ ନ ଦେଇ ଜାନୁଆରୀ ମାସର ଟଙ୍କା ପ୍ରଦାନ କରାଯାଇଛି ବୋଲି ଫାଙ୍କି ଥିବା ଜଣାଯାଏ। ହିତାଧିକାରୀଙ୍କୁ ଭୁଆଁ ବୁଲାଇ ଟଙ୍କା ପ୍ରଦାନ କରା ଯାଇ ନ ଥିବା ଅଭିଯୋଗ ସୁନ୍ଦର ପାତ୍ର, ମାଧବ ପାତ୍ର,ଅନନ୍ତ ପାତ୍ର ସହ ଅନେକ ହିତାଧିକାରୀ  ସଫେଇ ଦେଇଛନ୍ତି। ଏହି ପଞ୍ଚାୟତର ଶିରିଗାଁ ବ୍ୟତୀତ କାଦୋମସ୍କା, ମେରଡିକୁପା, ଖାଇଚୁଆଁ,କଟେଲପଦର,ପାଲକି ଗ୍ରାମର ହିତାଧିକାରୀମାନେ ମଧ୍ୟ ଗଜ ଜାନୁଆରୀ ମାସର ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ପାଇ ନ ଥିବା ଅଭିଯୋଗ ହେଉଛି। ଏଥିପ୍ରତି ଲାଞ୍ଜିଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।
Leave A Reply