ନର୍ଲା /ଦୀପକ କୁମାର ଠାକୁର /12/05/22 : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସର୍ଗିଗୁଡ଼ା ପ୍ରହରୀ ମଣ୍ଡପ ସଭାଗୃହ ଠାରେ ଏକ ଧନ୍ୟବାଦ ସଭା ଅନୁଷ୍ଠିତ ହୋଇଯାଇଛି l ନର୍ଲା ସାଂସଦ ପ୍ରତିନିଧି ପ୍ରଦୀପ କୁମାର ନାଏକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯକ୍ରମ ରେ କେସିଙ୍ଗା ସାଂସଦ ପ୍ରତିନିଧି ଶଶାଙ୍କ ଶେଖର ମହଲା, କରଲାମୁଣ୍ଡା ସାଂସଦ ପ୍ରତିନିଧି ରାଜେନ୍ଦ୍ର ମିଶ୍ର,ଜିଲ୍ଲା ବିଜେପି ଯୁବମୋର୍ଚ୍ଚl ସାଧାରଣ ସମ୍ପାଦକ ନରହରି ପଟ୍ଟନାୟକ, ବିଜେପି ମଣ୍ଡଳ ସଭାପତି ତଥା ମଣ୍ଡେଲ ଗ୍ରାମପଞ୍ଚାୟତ ସରପଞ୍ଚ ପଦ୍ମଲୋଚନ ଜାଲ ଉପସ୍ଥିତ ଥିଲେ l
ସୂଚନାଅନୁଯାଇ, କୋରୋନା ମହାମାରୀ ଯୋଗୁଁ ନର୍ଲାରୋଡ ଏବଂ ରୁପ୍ରାରୋଡ଼ ରେଳଷ୍ଟେସନ ଠାରେ ଦ୍ରୁତଗାମୀ ଟ୍ରେନ ଗୁଡ଼ିକ ରହୁନଥିବା ଯୋଗୁଁ ଯାତ୍ରୀ ମାନେ ବହୁ ଅସୁବିଧା ର ସମ୍ମୁଖୀନ ଥିଲେ ବିଭିନ୍ନ ସମୟରେ ନର୍ଲାରୋଡ ଓ ରୁପ୍ରାରୋଡ଼ ରେଳଯାତ୍ରୀ ସୁରକ୍ଷା ସଂଘ ଦାବୀପତ୍ର ମାନ ସାଂସଦ ମାଧ୍ୟମରେ ରେଳମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ ଙ୍କୁ ପ୍ରଦାନ କରିଥିଲେ ସାଂସଦ ବସନ୍ତ କୁମାର ପଣ୍ଡା ଙ୍କ ଅନୁରୋଧ ରକ୍ଷାକରି ନର୍ଲା ରୋଡ଼ ଠାରେ ତିନୋଟି ଓ ରୁପ୍ରାରୋଡ଼ ଠାରେ ଦୁଇଟି ଦ୍ରୁତଗାମୀ ଟ୍ରେନ ରହଣି କୁ ମଞ୍ଜୁର ପ୍ରଦାନ କରିଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି l ଉକ୍ତ ସଭାରେ ଅନ୍ୟ ମାନଙ୍କ ନର୍ଲା ମଣ୍ଡଳ ଉପସଭାପତି ସଞ୍ଜୟ ନାଏକ, ବରିଷ୍ଠ ନାଗରିକ ଜହରଲାଲ ବିଶ୍ୱାଳ, ସମାଜ ସେବୀ ଦୀପକ କୁମାର ଜେଠୁଆ ପ୍ରମୁଖ ଉପସ୍ଥିତ ଥିଲେ l