Odisha news

ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

0
ନର୍ଲା (ଦୀପକ କୁମାର ଠାକୁର) କଳାହାଣ୍ଡି ପୋଲିସ ଆନୁକୂଲ୍ୟରେ ନର୍ଲା ଥାନା ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ନର୍ଲା ଆଇଆଇସି ରମଣୀ ରଂଜନ ଦଳେଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ରକ୍ତଦାନ ଶିବିରରେ  ମୋଟ ୧୮ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଡକ୍ଟର ସଞ୍ଜୟ ନାୟକ, ଡ. ପୁଷ୍ପାରାଣୀ ଚନ୍ଦ୍ରିକା ଓ ଓଡ଼ିଶା ବ୍ଳଡ ବ୍ୟାଙ୍କ କର୍ମଚାରୀ ସଞ୍ଜିବ ମହାକୁଡ଼,ତେଜରାଜ ଦଣ୍ଡସେନା,ସଙ୍ଗମିତ୍ରା ସୁନା ଙ୍କ ଉପସ୍ଥିତିରେ ଏହି ରକ୍ତ ସଂଗ୍ରହ ହୋଇଥିଲା।
ରକ୍ତଦାନ ଶିବିରରେ ନର୍ଲା ଥାନା ଏସ.ଆଇ ବଂଶୀଧର ସାମିଲ,ସବ ଇନ୍ସପେକ୍ଟର ଡମ୍ବରୁଧର ମାଝୀ, କାମିନୀ ଭୋଇ,ମାନସ ଭଞ୍ଜ, ପ୍ରଭୁ ମାଝୀ , ପର୍ଶୁରାମ ପୁଟେଲ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ।
Nalco
Leave A Reply