Odisha news

ଆମ ପୋଲିସ ସମିତି ପକ୍ଷରୁ ସଚେତନା ଶିବିର ।

0

ନର୍ଲା(ଦୀପକ କୁମାର ଠାକୁର)ନର୍ଲା ପୋଲିସ ସମିତି ପକ୍ଷରୁ ସଚେତନା ଶିବିର କାର୍ଯ୍ୟକ୍ରମ  ରବିବାର ଅପରାହ୍ନ ତିନି ଘଣ୍ଟା ସମୟରେ ନର୍ଲା ଥାନା ଅଧିକାରୀଣି ଶ୍ରୀମତୀ ରେଣୁକା ସୁନାଙ୍କ ଅଧ୍ୟକ୍ଷତାରେ ନର୍ଲା ଥାନା ପ୍ରାଙ୍ଗଣରେ ଏକ ବୈଠକ ହୋଇଥିଲା।ଏହି ବୈଠକରେ  ପୋଲିସ  ଓ ଜନତା ମଧ୍ୟରେ ସମ୍ମନ୍ଵୟ ରକ୍ଷା କରି ସହଯୋଗ ହାତ ବଢାଇବା ଅପରାଧକୁ  କିପରି ଭାବେ ନିୟନ୍ତ୍ରଣ କରିବା,ହେଲମେଟ ପିନ୍ଧି ଗାଡି ଚଲେଇବା ତଥା  ବିଭିନ୍ନ ସମୟରେ ହେଉଥିବା ନାରୀ ନିର୍ଯାତନା, ଚୋରି ଓ  ଦୁର୍ଘଟଣା  ସମ୍ପର୍କରେ ପୋଲିସ କୁ  ସନ୍ଦେଶ ଦେବା ଭଳି ବିଭିନ୍ନ ଗୁରୁତ୍ୱ ପୂର୍ଣ୍ଣ ସମାଧାନ ପାଇଁ ପୋଲିସ ସବୁବେଳେ ଜନତାଙ୍କ  ସାଥିରେ ଅଛି ବୋଲି  ଶ୍ରୀମତୀ ସୁନା ଏବଂ ଏସ ,ଆଇ  ବଂଶୀଧର ସାମଲ ଓ ଦେବେନ୍ଦ୍ର ମାଝୀ,ରଘୁନାଥ ନିଶିକା ,ଏମ ଶବର  ମତ ଦେଇଥିଲେ।ଏହି ମହତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ହମେଶ ଜୈନ ,ଦୁର୍ଯୋଧନ ମାଝୀ ,ଦକ୍ଷରାଜ ଭୋଇ ,ମନବୋଧ ମାଝୀ ,ଗୋପାଳ ନାଗ ,ପରେଶ ପଧାନ ,ସୁଧୀର ନାଏକ ,ମଙ୍ଗଳ ମାଝୀ ,ଚଦ୍ର ବିଶ୍ୱାଳ ଉପସ୍ଥିତ ଥିଲେ।

IEC 2 years
Leave A Reply