Odisha news

ସାନ୍ଦୁଲ୍ ନଦୀ ପଠାର ନବ ନିର୍ମିତ ପମ୍ପ ହାଉସ୍ ପାର୍ଶ୍ୱରେ ପଚା ଶବ ଠାବ

0

ନର୍ଲା (ଦିପକ କୁମାର ଠାକୁର) ସକାଳ ଖବର କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ ଅଧିନ ଭଟାଖମାର ଗ୍ରାମ ନିକଟରେ ପ୍ରବାହିତ ସାନ୍ଦୁଲ୍ ନଦୀ ପାର୍ଶ୍ୱରେ ନବ ନିର୍ମିତ ପମ୍ପ ହାଉସ୍ ବାହାରେ ଏକ ପଚାଶବ ପଡିଥିବା କିଛି ଲୋକ ରବିବାର ସନ୍ଧ୍ୟାରେ ଦେଖିବାକୁ ପାଇଥିଲେ । ପରେ ଏହି ଖବର ପ୍ରଚାରିତ ହେବାପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିଲା । ପରେ ଏବାବଦରେ ନର୍ଲା ପୁଲିସକୁ ଖବର ଦେବାପରେ ନର୍ଲା ଥାନା ଅଧିକାରୀ ରେଣୁକା ସୂନାଙ୍କ ସମେତ ପୁଲିସ୍ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଏହି ସମୟରେ ଭଟାଖମାର ଗ୍ରାମର ଜିତେନ୍ଦ୍ର ସାହୁ ଘଟଣାସ୍ଥଳରେ ପହଞ୍ଚି ଏହା ମୋର ବାପା ଶଙ୍କର ସାହୁ ୫୫ ବର୍ଷ ଙ୍କ ଶବ ବୋଲି କହି ଘଟଣାସ୍ଥଳରେ ପୁଲିସକୁ କହିବା ସହ ବାପାଙ୍କ ମଷ୍ତିଷ୍କ ବିକୃତି ଥିଲା ଓ ପ୍ରାୟ ୧୫ ଦିନ ହେଲା ନିଖୋଜ୍ ଥିବାରୁ ଖୋଜାଖୋଜି କରୁଥିଲୁ ବୋଲି ପୁଲିସ୍ କୁ ଲିଖିତ ଆକାରରେ ଜଣାଇଲେ । ଏବାବଦରେ ପୁଲିସ ଶବକୁ ଜବତ କରିବା ସହ ସୋମବାର ସକାଳେ ସାଇଣ୍ଟିଫିକ ଟିମ୍ ଆସିଲା ପରେ ତଦନ୍ତ କରି ଶବ ବ୍ୟବଚ୍ଛେଦ ହେବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ନର୍ଲା ଥାନାଧିକାରୀ ରେଣୁକା ସନା ପ୍ରକାଶ କରିଥିଲେ ।

Leave A Reply