ନର୍ଲା ବିଜେଡି ତରଫରୁ ବିଜୁ ମହିଳା ତଥା ଯୁବ ଛାତ୍ର ଜନତା ଦଳ ତରଫରୁ ବ୍ଲକ ପରିସରରେ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ
ନର୍ଲା : (ଦୀପକ କୁମାର ଠାକୁର)ନର୍ଲା ବିଧାୟକ ଭୁପିନ୍ଦର ସିଂହଙ୍କ ନେତୃତ୍ୱ ଓ ନର୍ଲା ମହିଳା ଓ ଯୁବଛାତ୍ର ଜନତା ଦଳ ତରଫରୁ ବୁଧବାର (ଆଜି) ଦିନ ସ୍ଥାନୀୟ ପୁର୍ତ୍ତ ଡାକବଙ୍ଗଳା ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ରନ୍ଧନ ଗ୍ୟାସ୍ ଦରର ଅହେତୁକ ଦରବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ନାରାବାଜୀ କରିବା ସହ ନର୍ଲାବ୍ଲକ୍ ପରିସରରେ ପହଞ୍ଚିଥିଲେ । ପରେ ବ୍ଲକ ପରିସରରେ ନର୍ଲା ବିଧାୟକ ଶ୍ରୀ ସିଂହ, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ତଥା ମ.ରାମପୁର ଜିଲ୍ଲା ପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର ସିଂଦେଓ, ନାରୀନେତ୍ରୀ ପଙ୍କଜିନୀ ନାଏକ, ପ୍ରମିଳା ପଧାନ, ମଞ୍ଜୁଲତା ମାହାର, ନର୍ଲାବ୍ଲକ ବିଜେଡି ସଭାପତି ପରେଶ ପଧାନ, ସମ୍ପାଦକ ଭୋପାଲ ନାଗ, ପୂର୍ବ ସରପଞ୍ଚ ତଥା ବିଜେଡିର ବରିଷ୍ଠ କର୍ମୀ ହମେଶ ଜୈନ, ଦୁଲ୍ଲଭ ମାହାର, ଶାନ୍ତପୁର ସମିତି ସଭ୍ୟ ଗୋବିନ୍ଦ ତାଣ୍ଡି, ମନମୋହନ ନାଏକ, ଅଶୋକ ଚାନ୍ଦ, କାମରାଜ୍ ନାଏକ, ଯୁବ ସଭାପତି ହରିଶଙ୍କର ମାଝୀ, ନର୍ଲା ସରପଞ୍ଚ ତଥା ସରପଞ୍ଚ ସଂଘ ସଭାପତି ଚିରଞ୍ଜିବୀ ଗୌଡିଆ, ଅର୍ଜୁନ ପଧାନ, ସୁଦାମ ଚରଣ ସାହୁ, ଶରତ ନାଏକଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଗର୍ଜିଥିଲେ । ଆଗାମୀ ଦିନରେ ଗ୍ୟାସ ଦରବୃଦ୍ଧି ପ୍ରତ୍ୟାହାର ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ବିଧାୟକ ଶ୍ରୀ ସିଂହ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ପରେ ନାରୀନେତ୍ରୀ ପଙ୍କଜିନୀ ନାଏକ, ପ୍ରମିଳା ପଧାନ, ମଞ୍ଜୁଲତା ମାହାର, ପରେଶ ପଧାନ, ହମେଶ ଜୈନ ଓ ଭୋପାଲ ନାଗ ପ୍ରମୁଖ ନର୍ଲା ଏବିଡିଓ ଦେବେନ୍ଦ୍ର ସାମଲଙ୍କୁ ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତ୍ୟାହାର ଦାବୀରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଥିଲେ ।