ନର୍ଲା: ସକାଳ ଖବର( ଦୀପକ କୁମାର ଠାକୁର) – କଳlହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସରିଆଁ ପଞ୍ଚାୟତ ଅଧୀନ ଚିଆଁପଦର ଏ.ବି.ସି ଛକ ରୁ କେସିଙ୍ଗା ବ୍ଲକ ଅଧୀନ କାର୍ଲଖୁଣ୍ଟା କୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତା ଶୌଚନୀୟ ହୋଇପଡିଛି । ଅଞ୍ଚଳ ବାସୀ ଡାକ୍ତରଖାନା ଯିବା ସମୟରେ ଯାନବାହନ ଯିବା ପାଇଁ ଅସୁବିଧା ର ସମ୍ମୁଖୀନ ହଉଛନ୍ତି। ବର୍ଷା ଦିନେ କାଦୁଅ ପଚ ପଚ କରୁଥିବା ଦେଖି ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁ ର ଯୁବକ ମାନେ ଯାଇକି ରାସ୍ତା ରେ ଧାନ ରୋହିଛନ୍ତି। ରାସ୍ତାରେ ଚାଲି ଚାଲି ଯିବାର ମଧ୍ୟ ସମସ୍ୟା ।
ଜିଲ୍ଲା ପ୍ରସାଶନ ତଥା ସ୍ଥାନୀୟ ପ୍ରଶାସନ ସମସ୍ତ ଦାବିପତ୍ର ଦିଆହୋଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ କିଛି କାମ ଆରମ୍ଭ ହେଇନି। ରାସ୍ତା ହେବ ବୋଲି ବୋଲି ଦୀର୍ଘ ବର୍ଷ ହେଲା ପଡିରହିଛି । ପକ୍କା ରାସ୍ତା ପାଇଁ ଅଞ୍ଚଳ ବାସି ତଥା ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁ ତରଫରୁ ଜିଲ୍ଲାପାଳ ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ ଦରଖାସ୍ତ ଦିଆଯାଇଛି। ପ୍ରଶାସନ କୁ ଅନୁରୋଧ କି ଯଥାଶୀଘ୍ର ରାସ୍ତା କାମ ଆରମ୍ଭ କରି ଅଞ୍ଚଳ ବାସୀଙ୍କ ଆଶା ପୁରଣ କରିବେ ବୋଲି । ଉକ୍ତ କାର୍ଯ୍ୟକ୍ରମ ରେ ସମାଜସେବୀ ଜୋସବନ୍ତ ରଣା ତଥା ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
Comments are closed.