Odisha news

ଗ୍ରାମୀଣ ଜଳ ଯୋଗାଣ ସଂଘର ଜରୁରୀ ବୈଠକ: ପଞ୍ଚାୟତ ପାଣି ପାଇପ ମିସ୍ତ୍ରୀଙ୍କୁ ୩ ମାସର ଦରମା ମିଳି ନାହିଁ।

ନର୍ଲା/ସକାଳ ଖବର (ଦୀପକ କୁମାର ଠାକୁର) ନର୍ଲା ବ୍ଳକର ୨୬ ଗୋଟି ପଞ୍ଚାୟତର ପାଣି ପାଇପ ମିସ୍ତ୍ରୀଙ୍କୁ ୩ ମାସର ଦରମା ମିଳିନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ କୋଭିଡ ସମୟରେ ପରିବାର ପ୍ରତିପୋଷଣ ପାଇଁ ପାଇପ ମିସ୍ତ୍ରୀମାନେ ଆର୍ଥିକ ସଂକଟରେ ଗତି କରୁଥିବା ଜଣାପଡିଛି। ଏ ବାବଦରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଛି। ଗ୍ରାମୀଣ ଜଳ ଯୋଗାଣ ସଂଘର ସଭାପତି ସର୍ଜନ ରଣା, ସଂପାଦକ ନିକୁଞ୍ଜ ପାଢ଼ୀ, ସୁବାସ ଚନ୍ଦ୍ର ହରପାଲ, ନରେଶ ସାହୁ ସହ ଅନ୍ୟାନ୍ୟ କର୍ମଚାରୀଙ୍କ ଉପସ୍ଥିତରେ ପାଇପ ମିସ୍ତ୍ରୀଙ୍କ ବିଭିନ୍ନ ପ୍ରକାର ସମସ୍ୟା ଓ ବନ୍ଦ ଥିବା ଦରମା ଉପରେ ଆଲୋଚନା କରାଯାଇଛି।

ସରକାର ପ୍ରଥମେ ପାଣି ପାଇପ ମିସ୍ତ୍ରୀଙ୍କୁ ମାସିକ ୧୮୦ ଟଙ୍କାରେ ନିଯୁକ୍ତି ଦେଇଥିଲେ। ଏହା ୨୦୦୮ ମସିହାରେ ବୃଦ୍ଧି ପାଇ ୮୦୦ଟଙ୍କାରେ ପହଞ୍ଚି ଥିଲା। ୨୦୧୩ରେ ଏହା ୧ହଜାର ଟଙ୍କାରେ ପହଞ୍ଚିଛି। ବର୍ତ୍ତମାନ ରାଜ୍ୟରେ ଅଣକୁଶଳୀ ଶ୍ରମଜୀବିଙ୍କ ଲାଗି ଦୈନିକ ମଜୁରୀ ୩୧୧ଟଙ୍କା, ସେମି ସ୍କିଲଡ ଶ୍ରମଜୀବିଙ୍କ ଲାଗି ୩୫୧ ଟଙ୍କା ଧାର୍ଯ୍ୟ କରାଯାଇଛି। ପାଣି ପାଇପ ମିସ୍ତ୍ରୀମାନେ ସ୍କିଲଡ ଶ୍ରମଜୀବି ଭିତରେ ଆସୁଥିବା ବେଳେ ସେମାନଙ୍କ ପାଇଁ କିନ୍ତୁ ମଜୁରୀ ଧାର୍ଯ୍ୟ କରାଯାଇ ନ ଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଛି। ଦରମା ନମିଳିବା ଅଭିଯୋଗ ଉପରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପଚାରିଲେ ଏଲଟମେଣ୍ଟ ନାହିଁ ବୋଲି ପ୍ରକାଶ କରୁଛନ୍ତି। କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିଲେ ଟାଇଡ ଫଣ୍ଡରୁ ଆସିଲେ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି କହୁଥିବା ପାଣି ପାଇପ ମିସ୍ତ୍ରୀମାନେ ଅଭିଯୋଗ ଆଣିଛନ୍ତି।

Comments are closed.