ନର୍ଲା (ଦୀପକ କୁମାର ଠାକୁର) ତୈଳ ଦର ବୃଦ୍ଧି ଓ ବିଭିନ୍ନ ଖାଉଟି ସାମଗ୍ରୀର ଦରଦାମ ବୃଦ୍ଧିକୁ ନେଇ ୪ଟି ବାମଦଳର ଓଡ଼ିଶା ବନ୍ଦ ଡାକରା ଆଜି ନର୍ଲା ଠାରେ ମଧ୍ୟ ଦେଖିବାକୁ ମିଳିଥିଲା। କରୋନା ମହାମାରୀ ସମୟରେ ଡିଜେଲ, ପେଟ୍ରୋଲ, ରନ୍ଧନ ଗ୍ୟାସ ସହ ନିତ୍ୟ ଖାଉଟି ସାମଗ୍ରୀର ଆକାଶ ଛୁଆଁ ଦରବୃଦ୍ଧିକୁ ନେଇ ଲୋକେ ଆତଙ୍କିତ ହୋଇଗଲେଣି। ଏହାର ସିଧା ପ୍ରଭାବ ଗରିବ ମଧ୍ୟବିତ୍ତ ପରିବାର ଲୋକଙ୍କୁ ହନ୍ତସନ୍ତ କରୁଛି। ନର୍ଲା ଠାରେ ସକାଳ ୬ଟାରୁ ମଧ୍ୟାହ୍ନ ୧୨ ଯାଏଁ ୬ ଘଣ୍ଟିଆ ବନ୍ଦ ଡାକରାରେ ସିପିଆଇ (ଏମ୍ ଏଲ) ଜିଲ୍ଲା ସମ୍ପାଦକ କମ୍ରେଡ କେଶବ ପ୍ରଧାନଙ୍କ ନେତୃତ୍ୱରେ ଦଳୀୟ କର୍ମୀ ଯୁଧିଷ୍ଠିର ସା, ଦୟାସାଗର ନାଏକ, ପଦମନ ଦୋରା,ବଲମ ଧରୁଆ ପ୍ରମୁଖ ନର୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ପହଞ୍ଚି ଅଫିସ ସବୁ ବନ୍ଦ କରାଇ ବିଭିନ୍ନ ନାରା ଦେଇଥିଲେ।
Comments are closed.