Odisha news

ଶ୍ରୀ ଭୁତେଶ୍ୱର ମହାବିଦ୍ୟାଳୟ,ମୁସ୍କୁଟିଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ନର୍ଲା/ସକାଳ ଖବର (ଦୀପକ କୁମାର ଠାକୁର) ନର୍ଲା ବ୍ଳକ ଅନ୍ତର୍ଗତ ମୁସ୍କୁଟି ସ୍ଥିତ ଶ୍ରୀ ଭୁତେଶ୍ୱର +୩ ମହାବିଦ୍ୟାଳୟ ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ। ଏଥିରେ ଡିଗ୍ରୀ ମହାବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ଦୁଲ୍ଲଭ ମାହାର, କମିଟି ସଦସ୍ୟ ଅଜୟ ସେନାପତି, ଡମ୍ବରୁଧର ନାଏକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ମଞ୍ଜୁଲତା ମାହାର, ମହାବିଦ୍ୟାଳୟ ଅଧ୍ୟକ୍ଷ ଅରବିନ୍ଦ ସାହୁ, ଅଧ୍ୟାପକ ଶୁଭ୍ରାନ୍ତ ଚନ୍ଦ୍ରଶେଖର ପ୍ରଧାନ,ଆଇଟି କୋର୍ଡିନେଟର ନିତ୍ୟାନନ୍ଦ ସାହୁ, ଶ୍ରୀକାନ୍ତ ହୋତା,କୀର୍ତ୍ତିଚନ୍ଦ୍ର ମାହାର,ହିରୋ ମହଲା, ନବୀନ ପଧାନ, ଧନେଶ୍ଵର ମାହାର, ଶଶାଙ୍କ ମହଲା, ସରୋଜ ସେଠ ପ୍ରମୁଖ ଉପସ୍ଥିତ ରହିଥିଲେ।

IEC 2 years

Comments are closed.