Odisha news

ଭୂମିହୀନଙ୍କୁ ମିଳିନାହିଁ ଘରଡିହ,ପଟ୍ଟା ପ୍ରଦାନ ଦାବିରେ ସମାଜସେବୀ

ନର୍ଲା/ସକାଳ ଖବର ( ଦୀପକ କୁମାର ଠାକୁର) ଦୀର୍ଘ ୩୩ବର୍ଷ ଧରି ଭୂମିହୀନ ଭାବରେ ରହୁଛନ୍ତି ନର୍ଲା ବ୍ଳକ ଅନ୍ତର୍ଗତ ଘୋଡ଼ା ବନ୍ଧ ପଞ୍ଚାୟତର ବ୍ରାହ୍ମଣୀଗାଁ କଲୋନୀବାସୀ। ୨୧ ଗୋଟି ଭୂମିହୀନ ପରିବାର ସରକାରୀ ଜମିରେ ଘର କରି ରହୁଥିବା ଯୋଗୁଁ ଏମାନଙ୍କ ମିଳୁଛି ନାଁ ବାସଗୃହ ନାଁ ସରକାରୀ ସହାୟତା। ଏସବୁ ସମସ୍ୟା ଉପରେ ପୂର୍ବରୁ ବିଭିନ୍ନ ପୋର୍ଟାଲ ନ୍ୟୁଜ ଓ ଖବରକାଗଜରେ ଖବର ପ୍ରକାଶିତ ହୋଇଥିଲା। ତେବେ ସମାଜସେବୀ ମନୋଜ କୁମାର ପଟ୍ଟନାୟକ, ନର୍ଲା ବ୍ଳକ ପୂର୍ବତନ ଅଧ୍ୟକ୍ଷ ନୀଳମଣି ସାହୁ ଓ ସାମ୍ବାଦିକ ତ୍ରିଲୋଚନ ଗଉଡ କଲୋନୀ ବାସିନ୍ଦାଙ୍କୁ ଭେଟି ସମସ୍ୟା ଉପରେ ଆଲୋଚନା କରିଥିଲେ। ସରକାର ତୁରନ୍ତ ଏମାନଙ୍କୁ ସରକାରୀ ନିୟମରେ ଘରଡିହ ପଟ୍ଟା ଖଣ୍ଡିକ ଯୋଗାଇ ଦିଆଯାଉ ବୋଲି ସମାଜସେବୀ ମନୋଜ କୁମାର ପଟ୍ଟନାୟକ ଦାବି କରିଛନ୍ତି। ନର୍ଲା ତହସିଲଦାର ସାଧାରଣ ଗରିବ ପ୍ରତି ସହାୟ ହୋଇ ଘରଡିହ ପଟ୍ଟା ପ୍ରଦାନ କଲେ ଲୋକେ ସରକାରୀ ଯୋଜନାରେ ସହାୟତା ପାଇବେ ବୋଲି ଶ୍ରୀ ପଟ୍ଟନାୟକ ଦାବି ରଖିଛନ୍ତି।

IEC 2 years

Comments are closed.