ନର୍ଲା/ସକାଳ ଖବର (ଦୀପକ କୁମାର ଠାକୁର) କଳାହାଣ୍ଡି ସ୍ଵର୍ଗଦ୍ଵାର ସେବା ସଂଗଠନ ତରଫରୁ ଆଜି ସଙ୍ଗଠନର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ସମେତ ସାଥି ସଂପାଦକ ମନୋଜ କୁମାର ଷଡ଼ଙ୍ଗୀଙ୍କ ସହ କର୍ଲାମୁଣ୍ଡା ବ୍ଲକର ଭଟାପଲା ପଞ୍ଚାୟତର ଏକ ଅସହାୟ ତଥା ୫ ବର୍ଷ ହେଲା ବୈଧବ୍ୟ ଯନ୍ତ୍ରଣାରେ ଜର୍ଜରିତ ଜୀବନ ଜିଉଁଥିବା ଏକ ଗରିବ ମହିଳା ଙ୍କୁ ଭେଟିଥିଲା ସଙ୍ଗଠନ । ଗରିବର ଅଙ୍କ କଷିଲେ ସ୍ନେହଲତାର ହିସାବ ଛିଣ୍ଡିବ ନାହିଁ । ସଂଗଠନ ନିଷ୍ପତ୍ତିକ୍ରମେ ଅସରନ୍ତି ଦୁଃଖରେ ପିଡୀତା ଦୁଃଖିନୀ ସ୍ନେହଲତା ଭଉଣୀଙ୍କୁ ସାମାନ୍ୟ ରାସନ ସାମଗ୍ରୀ ଆର୍ଥିକ ସହାୟତା ସ୍ବରୁପ ୧୦୦୦ ଟଙ୍କା ପ୍ରଦାନ କରାଗଲା । ସ୍ନେହଲତାଙ୍କ ସୁଖକୁ ଫେରେଇଦେବା କ୍ଷମତା ଆମ ପାଖରେ ନାହିଁ । ତଥାପି ସ୍ନେହଲତା ଦୁଇଟି ସନ୍ତାନ ପାଇଁ ଦୁଃଖକୁ ନିଜ ପଣତକାନିରେ ଧରି ସଂଗ୍ରାମ କରୁଥିବାକୁ ସାମାନ୍ୟ ଉଲ୍ଲସିତ କରିବା ପାଇଁ ସ୍ବର୍ଗଦ୍ବାର ସେବା ସଙ୍ଗଠନର ଅଧ୍ୟକ୍ଷ ଶ୍ରାଯୁକ୍ତ ପଟ୍ଟନାୟକଙ୍କ ମୁହଁରେ ସାଂଗଠାନିକ ଘୋଷଣା କଲୁକି ଯେତେଦିନ ଯାଏଁ ପ୍ରଶାସନ ସ୍ନେହଲତାର ବିଧବା ଭତ୍ତା ମଞ୍ଜୁର ନକରିଛନ୍ତି ସେତେଦିନ ଯାଏଁ ଆମ ସଂଗଠନ ମାସିକ ୧୦୦୦ ଟଙ୍କା ପ୍ରଦାନ କରିବ । ସନ୍ତାନ ସ୍ନେହରେ ସଂଜିବୀତ ସ୍ନେହଲତାର ଶୁଭ କାମନା କରୁଛୁ ବୋଲି ସ୍ଵର୍ଗଦ୍ଵାର ସଂଗଠନ ପକ୍ଷରୁ ଜଣାଯାଏ।

Comments are closed.