Odisha news

ଜାଲ ସାର୍ଟିଫିକେଟ ଆଣି ଶିକ୍ଷାଦାନ କରୁଥିବା ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ପ୍ରସୟ ଦେଉଛି କିଏ ? ଜିଲ୍ଲା ପ୍ରଶାସନ ନା ରାଜନେତା ଅଯୋଗ୍ୟ ହାତେଇ ନେଉଛନ୍ତି ଚାକିରି, ଯୋଗ୍ୟ ବ୍ୟକ୍ତି କିନ୍ତୁ ନିରାଗଶ

0
ନର୍ଲା –  (ଦୀପକ କୁମାର ଠାକୁର) ନକଲି ଶିକ୍ଷକଙ୍କୁ ଧରିବା ପାଇଁ ରାଜ୍ୟ ଶିକ୍ଷା ବିଭାଗ ତରଫରୁ ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରୀମାନଙ୍କୁ ପତ୍ର ମାଧ୍ୟମରେ କଡା ଆଭିମୁଖ୍ୟ ରଖିବା ସହ ତୁରନ୍ତ ଏହି ନକଲି ଶିକ୍ଷକମାନଙ୍କୁ ଚିହ୍ନଟ କରି ଚାକିରୀରୁ ବହିଷ୍କାର କରିବା ସହ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି I ଏଭଳି ଜାଲି ସାର୍ଟିଫିକେଟ କାରନାମା କଳାହାଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି I ବାହାର ରାଜ୍ୟରୁ ନକଲି ସାର୍ଟିଫିକେଟ ଆଣି କଳାହାଣ୍ଡି ଜିଲ୍ଲାର କୋଣ ଅଣୁକୋଣରେ ଶିକ୍ଷକତା କରୁଥିବା ଦେଖିବାକୁ ମିଳିଛି I ଅନ୍ୟପଟେ ବର୍ଷ ବର୍ଷ ଧରି ଯୋଗ୍ୟଙ୍କୁ କିନ୍ତୁ ଚାକିରି ମିଳୁନି I ହେଲେ ଅଯୋଗ୍ୟ ହାତେଇ ନେଉଛନ୍ତି ଚାକିରି I ଯୋଗ୍ୟ ବ୍ୟକ୍ତି କିନ୍ତୁ ନିରାଶ ହେବାକୁ ପଡୁଛି I ଏଭଳି ଜାଲି ସାର୍ଟିଫିକେଟ ଧାରି ଶିକ୍ଷକଙ୍କ ପଛରେ କାହାର ପ୍ରଛନ୍ନ ହାତ ରହିଛି I ଜିଲ୍ଲା ପ୍ରଶାସନ ନା ରାଜନେତା ? କାହିଁକି ତଦନ୍ତ ପ୍ରକ୍ରିୟାକୁ ପଛଘୁଞ୍ଚା ଦେଉଛି ଶିକ୍ଷା ବିଭାଗ I ନକଲି ଶିକ୍ଷକମାନେ ସରକାରଙ୍କ ରାଜୋକୋଷରୁ କୋଟି କୋଟି ଟଙ୍କା ଦରମା ନେଉଛନ୍ତି I ହେଲେ ଭଗବାନ ଭରଷାରେ ଚାଲିଛି ଶିକ୍ଷା ବ୍ୟବସ୍ଥା I ଏହି ନକଲି ସାର୍ଟିଫିକେଟ କେଳେଙ୍କେରୀର ତଦନ୍ତ ହେବା କଥା କହି ହାତ ଟେକି ଦେଇଛନ୍ତି ଜିଲ୍ଲା ପ୍ରଶାସନ I ଏ ବିଷୟରେ ଖବର କାଗଜରେ ବହୁବାର ପ୍ରକାଶିତ ହେଲେ ମଧ୍ୟ ଜାଲି ଶିକ୍ଷକଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ କାହିଁକି ? କିଭଳି ସରକାରୀ ଶିକ୍ଷକ ନିଯୁକ୍ତି ସମୟରେ ଜାଲି ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ କରାଗଲା ନାହିଁ କାହିଁକି ? କେଉଁ ପରିସ୍ଥିତିରେ ଏତେ ସଂଖ୍ୟକ ନକଲି ସାର୍ଟିଫିକେଟ ଦେଇ ନିଯୁକ୍ତି ପାଇଲେ ଶିକ୍ଷକମାନେ I ଯଦି ଶିକ୍ଷକମାନଙ୍କ ସାର୍ଟିଫିକେଟରେ ଆଧାର କାର୍ଡ ସଂଯୋଗ ପ୍ରକ୍ରିୟା ଠିକ୍ ଭାବରେ ଅନଲାଇନ ମାଧ୍ୟମରେ ହେବ ତେବେ ଅନେକ ଜାଲି ଶିକ୍ଷକମାନେ ଧରାପଡି ଯିବେ I ଶିକ୍ଷା ବିଭାଗ ଏହି ଆଧାର ସଂଯୋଗ ପ୍ରକ୍ରିୟାକୁ ଯଥାଶିଘ୍ର କାର୍ଯ୍ୟକାରୀ କରନ୍ତୁ ବୋଲି ସାଧାରଣରେ ଦାବୀ ହେଉଛି I କିଛି ଦିନ ହେବ ନକଲି ଶିକ୍ଷକମାନେ ସେମାନଙ୍କ ସାର୍ଟିଫିକେଟ ଅନଲାଇନରେ କିପରି ବାହାରିବ ବୋଲି ଅନଲାଇନ ଦୋକାନମାନଙ୍କରେ ପଚାରି ବୁଝୁଛନ୍ତି I
କଳାହାଣ୍ଡି ଜିଲ୍ଲା ଅପେକ୍ଷା ଅନ୍ୟ ଜିଲ୍ଲାମାନଙ୍କରେ ନକଲି ଶିକ୍ଷକମାନଙ୍କୁ ଠାପ କରିବା ପାଇଁ ଜୋରସୋରରେ ଯାଞ୍ଚ ପ୍ରକ୍ରିୟା ଚାଳିଥିବା ବେଳେ ନକଲି ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କର ଭାଲେଣି ପଶିଗଲାଣି I ଶିକ୍ଷା ବିଭାଗର ଯୁଗ୍ମ ସଚିବଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବା ଓ ଯାଞ୍ଚ ପ୍ରକ୍ରିୟାକୁ କଡାକଡି ନ କରିବାର ଅର୍ଥ ଜିଲ୍ଲା ଶିକ୍ଷା ବିଭାଗ ସଂପୂର୍ଣ୍ଣ ସହଯୋଗ କରୁଥିବା ବୁଦ୍ଧିଜିବୀ ମହଳରେ ଚର୍ଚ୍ଚା ଜୋର ଧରିଛି I କେବଳ ଶିକ୍ଷା ବିଭାଗ ନୁହେଁ ଜିଲ୍ଲାରେ ଅନେକ ଦୁର୍ନିତୀକୁ  ଘଣ୍ଟ ଘୋଡା ଯାଉଛି ବୋଲି ଚର୍ଚ୍ଚା ହେଉଛି I ଜାଲ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି I ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସହ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ବୁଦ୍ଧିଜିବୀମାନେ ଦାବି କରିଛନ୍ତି I
Leave A Reply