Odisha news

ଆସନ୍ତା ୭ତାରିଖ ଦିନ ନର୍ଲାରୋଡ ବିକ୍ରମ ଲଜ୍ ସାମ୍ନାରେ ବହୁଚରାମାତାଙ୍କ ଶୋହଳ ପୂଜା ପାଳନ କରାଯିବ

0

ନର୍ଲା (ଦୀପକ ଠାକୁର) : ଆସନ୍ତା ୭ତାରିଖ ଦିନ ନର୍ଲାରୋଡ ବିକ୍ରମ ଲଜ୍ ସାମ୍ନାରେ ବହୁଚରାମାତାଙ୍କ ଶୋହଳ ପୂଜା ପାଳନ କରାଯିବ । ସଭାପତି କାମୀନି କିନ୍ନର ପ୍ରକାଶ କରିଛନ୍ତି ଯେ, କଳାହାଣ୍ଡି, ବଲାଙ୍ଗିର, ସମ୍ବଳପୁର, ଖୋର୍ଦ୍ଧା(ଭୁବନେଶ୍ୱର) ଜିଲ୍ଲାରୁ ଅନେକ ସେବାକାରୀ କିନ୍ନର ଏଥିରେ ଯୋଗଦେବେ । ୭ତାରିଖ ତାରିଖ ଅପରାହ୍ନ ୪.୩୦ମିନିଟରେ କଳସ ଯାତ୍ରା, ୮ତାରିଖରେ ପୀଠ ପୂଜା, ୯ତାରିଖ ୧୧ଘଣ୍ଟା ସମୟରେ ପୂଜାର୍ଚ୍ଚନା ଓ ସଂଘର ବୈଠକ, ଦିବା ୧ଘଣ୍ଟା ସମୟରେ ପ୍ରସାଦ ସେବନ ପରେ ଅପରାହ୍ନ ୪ଘଣ୍ଟା ସମୟରେ କଳସ ଯାତ୍ରା ଓ ନଗର ପରିକ୍ରମା କାର୍ଯ୍ୟକ୍ରମ ଥିବା କିନ୍ନର ସଂଘର ତରଫରୁ ଜଣାପଡିଛି । ଅନ୍ୟମାନଙ୍କ ମଧ୍ୟରେ ଦୁର୍ଗା କିନ୍ନର, ରୀତା କିନ୍ନର, ପାୟଲ କିନ୍ନର, ବୁଲବୁଲ କିନ୍ନର, ମୁସ୍କାନ କିନ୍ନର, ମନିଷା କିନ୍ନର, ନନ୍ଦିନୀ କିନ୍ନର, ବିନୁ କିନ୍ନର, ବାସନ୍ତୀ କିନ୍ନର, ବର୍ଷା କିନ୍ନର ଏଥିରେ ସହଯୋଗ କରୁଥିବା ଜଣାପଡିଛି ।

 

Leave A Reply