କେରାଣ୍ଡିଖୁଣ୍ଟି ନାଳ(ଜୋର)ରେ ଷ୍ଟପ ଡେମ ନିର୍ମାଣ, ୨୦ହଜାର ଟଙ୍କା କାର୍ଯ୍ୟକୁ ୨୦ଟି ମାଟି ବସ୍ତାରେ ଶେଷ ସରପଞ୍ଚ ଓ ଠିକାଦାରକ ମାଳାମାଳ
ନର୍ଲା – (ଦୀପକ ଠାକୁର)ନର୍ଲା ବ୍ଲକ ଅନ୍ତର୍ଗତ ବାଗପୁର ଗ୍ରାମ ପଞ୍ଚାୟତର କେରାଣ୍ଡିଖୁଣ୍ଟି ନାଳରେ ଏକ ଷ୍ଟପ ଡେମ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏହି ନିର୍ମିତ ଷ୍ଟପ ଡେମକୁ ନେଇ ଉକ୍ତ ଗ୍ରାମବସୀମାନେ ସ୍ଥାନୀୟ ସରପଞ୍ଚ ଓ ଠିକାଦାରଙ୍କ ଏପରି କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଷ୍ଟପ ଡେମ ନିର୍ମାଣ କାର୍ଯ୍ୟକୁ ନେଇ ସାଧାରଣ ଲୋକେ ମୌଖିକ ଭାବରେ ଏହାର ହିସାବ ରଖୁଛନ୍ତି । ଗାଁ ଲୋକଙ୍କ କହିବା ଅନୁସାରେ ଦୁଇଜଣ କୁଲି ଗୋଟିଏ ଦିନରେ ୨୦ ରୁ ୩୦ ବସ୍ତା ମାଟି ପକାଇ ଷ୍ଟପ ଡେମ ତିଆରି କରିଛନ୍ତି । ଏହି ଦୁଇଜଣ କୁଲିଙ୍କ ମଜୁରି ୬୦୦ଟଙ୍କା ସହ ଫଳକ ନିର୍ମାଣ ପାଇଁ ପ୍ରାୟ ୧୩୦୦ଟଙ୍କା ବିନିଯୋଗ ହୋଇଥିବାରୁ ମୋଟ ଖର୍ଚ୍ଚର ପରିମାଣ ୧୯୦୦ଟଙ୍କାରେ ସିମୀତ ରହୁଥିବା ଲୋକଙ୍କ ଅଭିଯୋଗ ହେଉଛି । ବାଗପୁର ସରପଞ୍ଚ ନିଜ ଗାଁ କାମରେ ମଧ୍ୟ ଠିକାଦାରଙ୍କ ସହ ମିଶି ସରକାରୀ ଅର୍ଥକୁ ଏପରି ଆତ୍ମସାତ କରୁଥିବା ଅଭିଯୋଗ ଆଣି ଗ୍ରାମବାସୀମାନେ ଏହାର ତିବ୍ର ନିନ୍ଦା କରିଛନ୍ତି ।