Odisha news

କଳାପାହାଡ ନକ୍ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ : ବେଲପଡା ଚମ୍ପିଆନ

0

ନର୍ଲା (Deepak Thakur) ନର୍ଲା ହାଇସ୍କୁଲ ଖେଳ ପଡିଆଠାରେ ଚାଲିଥିବା କଳାପାହାଡ ନକ୍ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି I ନର୍ଲା ଏସକନ୍ କ୍ଲବ ପକ୍ଷରୁ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଟକର୍ଲା ଦଳ ସେମିଫାଇନାଲରେ ଡୁଙ୍ଗାପଟାକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା I ଅନ୍ୟପଟେ ବେଲପଡା ଦଳ ସେମିଫାଇନାଲରେ ରଜାପଡାକୁ ହରାଇ ସେ ମଧ୍ୟ ଫାଇନାଲରେ ପ୍ରବେଶ କରିଥିଲା I ଫାଇନାଲ ମ୍ୟାଚ୍ ବେଲପଡା ସହ ଟକର୍ଲା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା I ଏହି ଖେଳରେ ନିର୍ଦ୍ଧାରିତ ସମୟରେ କେହି କାହାକୁ ଗୋଲ କରିନପାରି ମ୍ୟାଚଟି ଡ୍ର ହୋଇଥିଲା I ଫଳରେ ମ୍ୟାଚ ଡ୍ର ହୋଇ ଟ୍ରାଇ ବ୍ରେକର ମ୍ୟାଚ ଉଭୟଙ୍କ ମଧ୍ୟରେ ହୋଇଥିଲା I ଏହି ମ୍ୟାଚରେ ବେଳପଡା 4/2 ଗୋଲରେ ବିଜୟୀ ହୋଇଥିଲା I ବିଜୟୀ ଦଳକୁ 7ହଜାର ଟଙ୍କା ସହ ଟ୍ରଫି ଓ ପରାଜିତ ଦଳକୁ 5ହଜାର ଟହ୍କା ସହ ଟ୍ରଫି ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା I ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ଡଃ. ସାଧୁରାମ ଅଗ୍ରଓ୍ୱାଲ ଯୋଗଦେଇଥିଲେ I କ୍ଲବର ସଭାପତି ସୁମନ୍ତ ଫୁଝାରୀ, ବିଟୁ ଚାନ୍ଦ, ପିଣ୍ଟୁ ଚାନ୍ଦ, ଲକ୍ଷ୍ମଣ ମାଝୀ, ରାକେଶ ବିଶୋଇ, ସୁରେଶ ନାଏକ, ମୁକୁନ୍ଦ ନାଏକ, ମ୍ୟାଚ ରେଫରି ନାରାୟଣ ପଧାନ, ସୁଧିର ଧଙ୍ଗଡାମାଝୀ ଅଫିସିଆଲି ସହଯୋଗ କରିଥିଲେ I

Leave A Reply