ନର୍ଲା – ( ଦୀପକ କୁମାର ଠାକୁର ) ନର୍ଲା ହାଇସ୍କୁଲ ଖେଳ ପଡିଆ ଠାରେ ଚାଲିଥିବା ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ର ଫାଇନାଲ ଖେଳ ଅନୁଷ୍ଟିତ ହୋଇ ଯାଇଛି । ଫାଇନାଲ ଖେଳ ଟିଟିଲାଗଡ ହାଟପଡା ସହ ମଦନ ଏକ୍ସ ଆଈ ଭ।ନପୁର ମଧ୍ୟରେ ଅନୁଷ୍ଟିତ ହୋଇଥିଲା । ଟିଟିଲାଗଡ ପ୍ରଥମେ ଟସ ଜିତି ନିର୍ଦ୍ଧାରିତ ୨୦ ଓଭର ରେ ୧୮୧ ରନ କରିଥିବା ବେଳେ ପ୍ରତିପକ୍ଷ ଦଳ ମଦନ ଏକ୍ସ ଆଇ ଦଳ ୪ ୱିକେଟ ହରାଇ ୧୬.୩ ଅଭର ରେ ୧୮୨ ରନ କରି ବିଜୟ ହାସଲ କରିଥିଲେ । ମଦନ ଏକ୍ସ ଆଇ ର ନିରୁ ଲଢୁଆ ବେଟିଙ୍ଗ କରି ୭୨ ରନ କରି ମ୍ୟାନ ଓଫ ଦି ମ୍ୟାଚ ବିବେଚିତ ହୋଇ ଥିଲେ । ଫାଇନାଲ ଦିବସରେ ମୁଖ୍ୟ ଅତିଥି ରୂପେ ନର୍ଲା ବ୍ଲକ ଅଧକ୍ଷ୍ୟା ଶ୍ରୀମତୀ ମନୋରମା ମହାନ୍ତି ଯୋଗ ଦେଇ ଥିବା ବେଳେ କଂଗ୍ରେସ ରାଜ୍ୟ ଯୁବ ସମ୍ପାଦକ ମହମଦ ସାବିର ,କଂଗ୍ରେସ ରାଜ୍ୟ ଯୁବ ସହ ସମ୍ପାଦକ ତ୍ରିଲୋଚନ ପାଣିଗ୍ରାହୀ ,ବରିଷ୍ଟ ସମାଜ ସେବି ନୀଳ ପ୍ରତାପ ସିଂ ଦେଓ ଯୋଗ ଦେଇଥିବା ବେଳେ ଲୁଲୁ ପଟ୍ଟନାୟକ ମଞ୍ଚ ପରିଚାଳନା ଦ।ଇତ୍ଵ ତୁଲାଇଥିଲେ । ଫାଇନାଲ ଖେଳ କୁ ସପ୍ତ ପ୍ରଧାନ ଓ କୁମୁଦ ରାଉତ ପରିଚାଳନା କରିଥିଲେ । ଫାଇନାଲ ଖେଳ ର ବିଜେତାଙ୍କୁ ୩୦ ହଜାର ଟଙ୍କା ସହ ଟ୍ରଫି ଓ ପରାଜୟ ଦଳଙ୍କୁ ୨୦ ହଜାର ଟଙ୍କା ସହ ଟ୍ରଫି ଅତିଥି ଙ୍କ ଦ୍ଵାରା ପ୍ରଦାନ କରଯାଇଥିଲା । ଏଥିରେ ନର୍ଲା କ୍ରିକେଟ କ୍ଲବ ର ସଭ୍ୟ ଚକ୍ରଧର ଗଉଡ ,ଦିପୁ ପାତ୍ର ,ପ୍ରିୟବ୍ରତ ଚାନ୍ଦ ,ରାକେଶ ବିଶୋଇ ,ଗିରିଶ ଚନ୍ଦ୍ର ବେହେରା ,ରାଜେନ୍ଦ୍ର ପୁଝରି (ଟିମ୍ପୁ ) କିଶାନ ଗୌଡିଆ ,ବାନ୍ତି ଗଉଡ ସହଯୋଗ କରିଥିଲେ ।
Comments are closed.