Odisha news

ଜିଲ୍ଲା ସ୍ତରୀୟ ବାଳ ବିଜ୍ଞାନ ମେଳାରେ ସିନାପାଲି ବ୍ଲକର ସଫଳତା।

0

ନୂଆପଡ଼ା -୧୨/୧୨ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସ୍ତରୀୟ ବାଳ ବିଜ୍ଞାନ ମେଳାରେ ଭାଗ ନେଇ ଥିବା ସିନାପାଲି ବ୍ଲକର ତିନିଜଣ ଛାତ୍ର ରାଜ୍ୟ ସ୍ତରରେ ଅଂଶଗ୍ରହଣ କରିବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନେ ହେଲେ ହାତୀବନ୍ଧା ଉଚ୍ଚ ବିଦ୍ୟାଳୟର ଛାତ୍ର ଟିକେଲାଲ ମାଝୀ, ଗଣ୍ତାବାହାଲୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଛାତ୍ର ଦୌଲତ ମେହେର, ବିୟୁଭିପି ଚଟିଆଗୁଡାର ଛାତ୍ର ବୈଷ୍ଣବ ମସରା ଯଥା କ୍ରମେ ଶିକ୍ଷକ ରୂପେଶ ମେହେର, କୈଳାଶ ଚନ୍ଦ୍ର ଦାସ ଓ ମୁକ୍ତେଶ୍ୱର ପ୍ରଧାନଙ୍କ ମାର୍ଗଦର୍ଶନରେ ଏହି ସଫଳତା ପାଇ ଥିବା ଜଣାପଡ଼ିଛି । ଏହି ସଫଳତାରେ ସିନାପାଲି ବିଜ୍ଞାନ ଫୋରମ ସଭାପତି ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ଯତୀନ୍ଦ୍ର କୁମାର ସେଠ, ସମ୍ପାଦକ ସତ୍ୟବାନ୍ ମେହେର, ସଂଯୋଜକ ମନୋରଞ୍ଜନ ମେହେର ମନୋନିତ ଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply