Odisha news

ନନ୍ଦନକାନନରେ ୩ଦିନରେ ୨ ନୀଳଗାଇ ମୃତ ,ଓଟପକ୍ଷୀ ଅସୁସ୍ଥ

0

ବାରଙ୍ଗ : ନନ୍ଦନକାନନରେ ଅଘଟଣ ପିଛା ଛାଡୁନାହିଁ । କେତେବେଳେ ବିରଳ ଜୀବଜନ୍ତୁଙ୍କ ମୃତ୍ୟୁ ହେଉଛି ତ ଆଉ କେତେବେଳେ ଚିଡିଆଖାନାକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ମରାଣାନ୍ତକ ଆକ୍ରମଣ ଘଟଣା କର୍ତ୍ତୁପକ୍ଷଙ୍କୁ ଚିନ୍ତାରେ ପକାଉଥିବା ବେଳେ ପୁଣି  ତିନି ଦିନରେ ୨ ଟି ନିଳଗାଇ ମୃତ୍ୟୁ ହୋଇଛି । ଯାହାକୁ ନେଇ କର୍ତୁପକ୍ଷଙ୍କ ଚିନ୍ତା ଦୁଇ ଗୁଣ ବଢିଯାଇଛି । ସୂଚନା ଯୋଗ୍ୟ ଯେ ,ରବିବାର ଦିନ ଗୋଟିଏ ନୀଳଗାଇ ଦୁଇଟି ଶାବକ ଜନ୍ମ ଦେଇଥିଲା । କିନ୍ତୁ ଆପଣେଇ ନଥିଲା ମା ନୀଳଗାଇ । କର୍ତ୍ତୁପକ୍ଷ ଛୁଆ ଦୁଇଟିକୁ ଲାଳଣପାଳନ ଗୃହରେ ଛାଡିଥିଲେ । ସେଠାରେ ପଶୁଡାକ୍ତରଙ୍କ ନଜରବନ୍ଦିରେ ରହିଥିଲା ।କିନ୍ତୁ ସୋମବାର ଦିନ ଗୋଟିଏ ଛୁଆର ମୃତ୍ୟୁ ହୋଇଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ଆଉ ଗୋଟିଏ ଛୁଆ ର ମୃତ୍ୟୁ ହୋଇଛି । ସେହିପରି  ଉଦ୍ୟାନର ୭୧ ନଂ ଖୁଆଡରେ ରହୁଥିବା  ଏକ ମାଈ ଅଷ୍ଟ୍ରିଜ ବା ଓଟପକ୍ଷୀ ଅସୁସ୍ଥ ହୋଇଛି ।୭୧ ଏ ଏନକ୍ଲୋଜରରେ ରହୁଥିବା ଦୁଇ ଓଟପକ୍ଷୀ ମଧ୍ୟରୁ ଗୋଟିଏ ମାଇ ଓଟପକ୍ଷୀ ଦୁଇଦିନ ହେବ ଖାଇବା ମଧ୍ୟ  କମାଇଦେଇଛି ।ଏହାସହ ଗୋଟେ ପଟ ଆଖି ମଧ୍ୟ ଫୁଲିଛି ।ଏବେ ନନ୍ଦନକାନନରେ  ଯେଉଁଭଳି ଭାବେ ପଶୁପକ୍ଷୀ ମୃତ୍ୟୁ ହାର ଚାଲିଛି  ଅଷ୍ଟ୍ରୀଜର ସ୍ୱାସ୍ଥ୍ୟଖରାପ ହେବା ଡାକ୍ତର ମାନଙ୍କ ପାଇଁ ଚିନ୍ତା ବଢାଇ ଦେଇଛି ।ତେବେ ଏଠାକାର ଡାକ୍ତରମାନେ ଅସୁସ୍ଥ ଅଷ୍ଟ୍ରୀଜର ଚିକିତ୍ସା ଆରମ୍ଭ କରିଥିଲେ ମଧ୍ୟ ସ୍ୱାସ୍ଥ୍ୟରେ  ଉର୍ଣ୍ଣତି ହୋଇପାରି ନାହିଁ ।

Leave A Reply