Odisha news

ନାଲକୋରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ୨୦୨୪ ପାଳିତ

0

ଭୁବନେଶ୍ଵର, ତା ୦୩.୧୧.୨୦୨୪ ରିଖ :ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲକୋ)ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ୨୦୨୪ ପାଳନ ହୋଇଯାଇଛି। ଚଳିତ ବର୍ଷର ବିଷୟ ବସ୍ତୁ “ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିତ୍ତି” ଆଧାରରେ କମ୍ପାନୀର ସମସ୍ତ ୟୁନିଟ ତଥା ଆଞ୍ଚଳିକ କାର୍ୟ୍ୟାଳୟଏବଂ ପୋର୍ଟ ଫାସିଲିଟି ଠାରେ ବିଭିନ୍ନ ସଚେତନତା ଭିତ୍ତିକ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା ।ଜୀବନରେ ଅଖଣ୍ଡତା, ସାଧୁତା ଏବଂ ଉତ୍ତର ଦାୟିତ୍ୱର ବାର୍ତ୍ତା ପ୍ରଚାର ନିମନ୍ତେ ଆୟୋଜିତ ଏହି କାର୍ୟ୍ୟକ୍ରମ ଗୁଡ଼ିକ ମଧ୍ୟରେ ଅଖଣ୍ଡତା ଶପଥ ପାଠ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ତର୍କ ପ୍ରତିଯୋଗୀତା, କର୍ମଚାରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଅନ୍ୟତମ ଅଟେ।ଦ୍ଵୈତ ନଗରୀ କଟକ-ଭୁବନେଶ୍ଵର ର ୩୫ ରୁ ଉର୍ଦ୍ଧ୍ଵ ଶିକ୍ଷାନୁଷ୍ଠାନରୁ ୨୫୦ ରୁ ଅଧିକ ପ୍ରତିଯୋଗୀ ଏହି ତର୍କ ତଥା ବକ୍ତୃତା କାର୍ୟ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
ନାଲକୋ କର୍ପୋରେଟ କାର୍ୟ୍ୟ।ଳୟରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ୟ୍ୟକ୍ରମରେ ପ୍ରତିଯୋଗିତା ମାନଙ୍କରେ କୃତିତ୍ଵ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା।ଏହି କାର୍ୟ୍ୟକ୍ରମରେ ଶ୍ରୀ ଜଗଦୀଶ ଅରୋରା, ନିର୍ଦ୍ଦେଶକ (ପିଆଣ୍ଡଟି) ଏବଂନିର୍ଦ୍ଦେଶକ (ଏଚଆର) ଅତିରିକ୍ତ ଦାୟିତ୍ତ୍ଵ, ଶ୍ରୀ ପଙ୍କଜ କୁମାର ଶର୍ମା, ନିର୍ଦ୍ଦେଶକ (ଉତ୍ପାଦନ) ଏବଂ ଶ୍ରୀ ହରଶିମରନ ସିଂ, ଆଇଆରଏସଇ, ସିଭିଓ, ନାଲକୋ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ।

 

Leave A Reply