Odisha news

ଦାମନଯୋଡିଠାରେ ନାଲକୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କ ଦ୍ୱାରା ପତାକା ଉତ୍ତୋଳନ

0

ଭୁବନେଶ୍ୱର / କୋରାପୁଟ : ଭାରତସରକାରଙ୍କ ଖଣି ମନ୍ତ୍ରାଳୟ ଅଧୀନରେ ଥିବା ନବରତ୍ନ ସିପିଏସଇ ‘ନାଲକୋ’ର କର୍ପୋରେଟ କାର୍ଯ୍ୟାଳୟ, ଏହାର ସମସ୍ତ ଉତ୍ପାଦନ ୟୁନିଟ, ଏବଂ କ୍ଷେତ୍ରୀୟ କାର୍ଯ୍ୟାଳୟ ଗୁଡିକରେ ମହାନ ଦେଶ ପ୍ରେମ ଭାବନା ସହ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି।କୋରାପୁଟ ଜିଲ୍ଲାର ଦାମନଯୋଡି ଠାରେ ଥିବା ଖଣି ଓ ପରିଶୋଧନ ପ୍ରକଳ୍ପରେ କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଶ୍ରୀ ଶ୍ରୀଧର ପାତ୍ର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ନିଜ ଅଭିଭାଷଣରେ,ରାଷ୍ଟ୍ର ନିର୍ମାଣରେ ନାଲକୋର ସାମୁହିକ ଉଦ୍ୟମକୁ ଶ୍ରୀପାତ୍ର ପ୍ରଶଂସା କରିବା ସହ ନାଲକୋକୁ ବ୍ୟବସାୟିକ ଉତ୍କର୍ଷର ପରବର୍ତ୍ତୀ ସ୍ତରକୁ ନେବାପାଇଁ ନୂତନ ଉତ୍ସର୍ଗି କୃତତା, ଅନୁଶାସନ ଏବଂ ସଂକଳ୍ପ ସହିତ କାର୍ଯ୍ୟ କରିବାପାଇଁ ଆହ୍ୱାନ ଦେଇଥିଲେ ଯାହା “ଆତ୍ମ ନିର୍ଭର ଭାରତ” ର ସ୍ବପ୍ନ ସାକାର କରିବାରେ  ସହାୟକ ହେବାସହ ଏକବିଂଶ ଶତାବ୍ଦୀର ନୂତନ  ଭାରତନିର୍ମାଣ ଦିଗରେ ଯୋଗଦାନ କରିବ।ଭୁବନେଶ୍ୱରସ୍ଥିତ ମୁଖ୍ୟାଳୟରେ କମ୍ପାନୀର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀସି.ଆର. ପ୍ରଧାନ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

 

Nalco
Leave A Reply