Odisha news

ରାଜଭାଷାର ପ୍ରଚାର ଏବଂ ପ୍ରସାର ପାଇଁ ନାଲକୋ ଦ୍ୱାରା ଭୁବନେଶ୍ୱରରେ ଅବସ୍ଥିତ କେନ୍ଦ୍ରୀୟ ଲୋକଉଦ୍ୟମ କାର୍ୟ୍ୟାଳୟଗୁଡ଼ିକ ମଧ୍ୟରେ ପ୍ରଶ୍ନୋତ୍ତରୀ ପ୍ରତିଯୋଗିତା ଆୟୋଜିତ

0

ଭୁବନେଶ୍ୱର, ୨୩.୦୬.୨୦୨୨:ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନସ୍ଥ ରାଜଭାଷା ବିଭାଗର ନିର୍ଦ୍ଦେଶାନୁସାରେ ଗଠିତ ନଗର ରାଜଭାଷା କାର୍ୟ୍ୟାନ୍ୱୟନ ସମିତି (ଉପକ୍ରମ), ଭୁବନେଶ୍ୱର ଦ୍ୱାରା କେନ୍ଦ୍ରୀୟ ନବରତ୍ନ ଉଦ୍ୟୋଗ ନାଲକୋ ର ଅଧ୍ୟକ୍ଷତାରେ ଏବଂ ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଏକ କାର୍ୟ୍ୟକ୍ରମ ହିସାବରେ, ଭୁବନେଶ୍ୱରଠାରେ, ରାଜଭାଷା ହିନ୍ଦୀ ପ୍ରଚାରଏବଂ ପ୍ରସାର ପାଇଁଏକ ପ୍ରଶ୍ନୋତ୍ତରୀ କାର୍ୟ୍ୟକ୍ରମ ଆୟୋଜିତ ହୋଇ ଯାଇଛି।ନଗର ରାଜଭାଷା କାର୍ୟ୍ୟାନ୍ୱୟନ ସମିତି (ଉପକ୍ରମ)ର ଅଧ୍ୟକ୍ଷ କାର୍ୟ୍ୟଳୟ ହିସାବରେ ନାଲକୋ ସର୍ବଦା ପ୍ରେରଣା ଏବଂ ପ୍ରୋତ୍ସାହନ ମାଧ୍ୟମରେ ରାଜଭାଷାର କାର୍ୟ୍ୟକାରିତାପାଇଁ ଅଭିନବ ପଦକ୍ଷେପଗ୍ରହଣକରି ଆସିଛି।

ନାଲକୋ, ବିଭିନ୍ନ ପଦକ୍ଷେପ ମାଧ୍ୟମରେ, ଭୁବନେଶ୍ୱରରେ ଅବସ୍ଥିତ କେନ୍ଦ୍ରୀୟ ଲୋକ ଉଦ୍ୟମର ସଦସ୍ୟ କାର୍ୟ୍ୟାଳୟକୁ ଦୈନନ୍ଦିନ କାର୍ୟ୍ୟରେ ହିନ୍ଦୀର ବ୍ୟବହାର ବୃଦ୍ଧି କରିବାକୁ ଉତ୍ସାହିତ କରି ଆସିଛିଜ୍ଝ ଏହି କ୍ରମରେ ଏକ ପ୍ରଶ୍ନୋତ୍ତରୀ ପ୍ରତିଯୋଗତାର ଆୟୋଜନ କରାୟାଇଥିଲା, ଯେଉଁଥିରେ ଇଣ୍ଡିଆନ୍ଅ ଏଲ୍, ଭାରତ ପେଟ୍ରୋଲିୟମ,  ଏୟାର ପୋର୍ଟଅଥରିଟି ଅଫ୍ଇଣ୍ଡିଆ, ନାଲକୋ, ଭାରତ ସଞ୍ଚାର ନିଗମ, ଭାରତ ପର୍ୟ୍ୟଟନ ବିକାଶ ନିଗମ ସହିତ୧୫ ଟିଅନୁଷ୍ଠାନ ଅଂଶ ଗ୍ରହଣ କରିଥିଲେ।

ଏହି ଅବସରରେ ନରାକାସ୍ (ଉପକ୍ରମ) ଭୁବନେଶ୍ୱରର ଅଧ୍ୟକ୍ଷ ତଥା ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ରୀଧର ପାତ୍ର ନିଜ ବକ୍ତବ୍ୟରେ କହିଛନ୍ତି ଯେ “ଭାଷା ଆମର ସାଂସ୍କୃତିକ ଐତିହ୍ୟର ପରିଚାୟକ ଏବଂ ଆମେ ଆମର ଦୈନନ୍ଦିନ କାର୍ୟ୍ୟରୁ ସମୟ ବାହାର କରି ରାଜ ଭାଷାର ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗଦେଇ ଏହାର ପ୍ରୟୋଗ ବୃଦ୍ଧି ପାଇଁ ପର୍ୟାସ କରିବା ଆମ ସମସ୍ତଙ୍କର ନୈତିକ ଏବଂ ସମ୍ୱିଧାନିକ କର୍ତ୍ତବ୍ୟ ଅଟେ।”

ବିଜେତା ମାନଙ୍କୁ ଶ୍ରୀପାତ୍ର ପୁରସ୍କାର ପ୍ରଦାନ କରିଥିଲେ l ଏହିକାର୍ୟ୍ୟକ୍ରମରେ ନରାକାସ ଉପାଧ୍ୟକ୍ଷ ତଥା ନାଲକୋର ନିର୍ଦ୍ଦେଶକ (ମାନବ ସମ୍ବଳ) ଶ୍ରୀ ରାଧାଶ୍ୟା ମମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ।ଏହି କାର୍ୟ୍ୟକ୍ରମଟିକୁ ନାଲକୋର ମହାପ୍ରବନ୍ଧକ ଶ୍ରୀ ଅଶୁତୋଷ ରଥ ସଂଯୋଜନା କରିଥିବା ବେଳେ ନରାକାସ (ଉପକ୍ରମ)ସଦସ୍ୟ ସଚିବ ଶ୍ରୀ ରୋଶନ ପାଣ୍ଡେକୁ ଇଜ୍ମାଷ୍ଟର ଭାବରେଏହି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ।

ଫୁଡ଼ କର୍ପୋରେସନ ଅଫ ଇଣ୍ଡିଆ  (ଆଞ୍ଚଳିକ କାର୍ୟ୍ୟାଳୟ)ପ୍ରଥମପୁରସ୍କାର, ନାଲକୋ ଦ୍ୱିତୀୟ ପୁରସ୍କାର ଏବଂ ଫୁଡ଼ କର୍ପୋରେସନ ଅଫ ଇଣ୍ଡିଆ (ଡିଭିଜନାଲ ଅଫିସ୍) ତୃତୀୟ ପୁରସ୍କାର ପ୍ରାପ୍ତ କରିଥିଲେ l

 

Leave A Reply

Your email address will not be published.