Odisha news

ନାଲକୋର ପ୍ରତିଷ୍ଠା ଦିବସ : ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କର୍ପୋରେଟ୍ ମାନଙ୍କୁ ପ୍ରାଣୀ, ପ୍ରକୃତି ଏବଂ ଆବେଗ ଉପରେ ଗୁରୁତ୍ୱ ଦେବାକୁ ଅନୁରୋଧ

0

ଭୁବନେଶ୍ୱର, ୦୬.୦୧.୨୦୨୨:ଓଡ଼ିଶାର ମହା ମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ନାଲକୋର ଅନୁସନ୍ଧାନ ଏବଂ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ର (ଘଜଞଉ) ଠାରେ ନାଲକୋ ପ୍ରତିଷ୍ଠା ଦିବସ ଅଭିଭାଷଣ ଶୃଙ୍ଖଳାର ୨୦ତମ ସଂସ୍କରଣରେ ମୂଖ୍ୟ ଅଭିଭାଷଣ ପ୍ରଦାନ କରିଛନ୍ତି।
ନାଲକୋର କର୍ମଚାରୀ ଏବଂ ସେୟାର ହୋଲ୍ଡର୍ ମାନଙ୍କୁ ସମ୍ବୋଧନ କରି ମାନ୍ୟବର ରାଜ୍ୟପାଳ, ମଣିଷ,ବିଜ୍ଞାନ,ପ୍ରକୃତି ଏବଂ ଈଶ୍ୱରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ପ୍ରାଣୀ, ପ୍ରକୃତି ଏବଂ ଆବେଗ ଆଦି ତ୍ରିଗୁଣ ବିଶେଷ ଅନୁସରଣ କରିବାକୁ ତାଙ୍କ ଅଭିଭାଷଣରେ ଗୁରୁତ୍ୱ ଆରୋପ କରିଥିଲେ।
ମହା ମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନାଲକୋର ପରିବେଶ ଏବଂ ଲୋକଙ୍କ ପ୍ରତି ଥିବା ଅଙ୍ଗିକାର ବଦ୍ଧତାକୁ ପ୍ରଶଂସା କରି କହିଛନ୍ତି ଯେ କମ୍ପାନୀ ଏଥିପାଇଁ ସମଗ୍ର ବିଶ୍ୱରେଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ସହିତ ନିଜର ପ୍ରତିଷ୍ଠା ଅର୍ଜନ କରି ପାରିଛି l ମାନ୍ୟବର ରାଜ୍ୟପାଳ ଭାଗବତ ଗୀତାର ଏକ ଉଦ୍ଧୃତି ତାଙ୍କ ବକ୍ତବ୍ୟରେ ପ୍ରକାଶ କରି ପ୍ରାଣୀ, ପ୍ରକୃତି ଏବଂ ଆବେଗ ଉପରେ ଗୁରୁତ୍ୱ ପ୍ରଦାନ କରିକରିଥିଲେ ।

ଏହି ଅବସରରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ରୀଧର ପାତ୍ର, ମହା ମହିମ ରାଜ୍ୟପାଳଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହିତ, ପୂର୍ବରୁ ଏହି ଅଭିଭାଷଣ ଶୃଙ୍ଖଳା ବିଷୟରେ ସୂଚାନା ପ୍ରଦାନ କରି କହିଥିଲେ ଯେ, ନାଲକୋର ଏହି ଅଭିଭିଷଣ ଶୃଙ୍ଖଳାରେ ଦେଶର ବହୁ ବଦ୍ଧିଜୀବୀ ତଥା ସ୍ୱନାମ ଧନ୍ୟ ବ୍ୟକ୍ତି ବିଶେଷ ଯଥା ପୂର୍ବତନ ରାଷ୍ଟ୍ରପତି ଡକ୍ଟରଏ.ପି.ଜେ. ଅବଦୁଲକଲାମ, ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ,ନାଗାଲାଣ୍ଡ୍ ରପୂର୍ବତନ ରାଜ୍ୟପାଳ ଶ୍ରୀ ରବିନ୍ଦ୍ର ନାରାୟଣ ରବି ଏବଂ ଡକ୍ଟର ସୁବ୍ରମଣ୍ୟମ ସ୍ୱାମୀ ଯୋଗ ଦେଇ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି । ଏଥି ସହିତ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ନାଲକୋ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ।
ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ନ୍ଦ୍ୱାରା ଜାରୀ କରାଯାଇଥିବା ନିୟମାବଳୀ ଏବଂ ଅନୁମତି ଅନୁଯାୟୀ ସାମାଜିକ ଦୂରତା ରକ୍ଷା କରି ସର୍ବନିମ୍ନ ଉପସ୍ଥିତି ସହିତଏହି କାର୍ୟ୍ୟକ୍ରମ କରା ଯାଇଥିଲା। ଅନ୍ୟମାନେ ଏହି କାର୍ୟ୍ୟକ୍ରମକୁ ଅନଲାଇନ ଜରିଆରେ ନିଜ ନିଜ କାର୍ୟ୍ୟସ୍ଥଳରୁ ଯୋଗଦେଇଥିଲେଜ୍ଝ

Leave A Reply

Your email address will not be published.