Odisha news

ନାଲକୋ ଆୱାର୍ଡ୍ ପାଇଁ ଆବେଦନପତ୍ର ଆହ୍ୱାନ

0

ଭୁବନେଶ୍ୱର, ୧୭/୧୨/୨୦୨୧: ବିଗତ ବର୍ଷ ପରି ନବରତ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ) ପକ୍ଷରୁ ଜାନୁୟାରୀ ୨୦୨୨ ରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଷ୍ଠା ଦିବସ ଉପଲକ୍ଷେ ପ୍ରଦାନ କରାଯିବାକୁ ଥିବା ବିଭିନ୍ନ ପୁରସ୍କାର ପାଇଁ ଆବେଦନପତ୍ର ଆହ୍ୱାନ କରାଯାଉଛି । ସଂସ୍କୃତ ଭାଷା ଓ ଶିକ୍ଷାର ପ୍ରଚାର ଓ ପ୍ରସାର ନିମନ୍ତେ କାର୍ୟ୍ୟ କରୁଥିବା ସଂସ୍କୃତ ବିଶାରଦଙ୍କୁ ସମ୍ୱର୍ଦ୍ଧିତ କରିବା ପାଇଁ ନାଲକୋ କାଳିଦାସ ପୁରସ୍କାର ପ୍ରଦାନ କରାଯିବ । ସେହିପରି ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ଥିବା ଓଡ଼ିଶୀ ଗୁରୁ ଏବଂ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କୁ ସ୍ୱୀକୃତି ପ୍ରଦାନ ଏବଂ ସମ୍ୱର୍ଦ୍ଧିତ କରିବା ପାଇଁ ନାଲକୋ ଖାରବେଳ ପୁରସ୍କାର ପ୍ରଦାନ କରାଯିବ । ଏହି ପରୁସ୍କାରଗୁଡ଼ିକ ପାଇଁ ଆବେଦନ କରିବାର ଶେଷ ତାରିଖ ୩୧ ଡିସେମ୍ୱର ୨୦୨୧ ଅଟେ । ପୁରସ୍କାର ସମ୍ୱନ୍ଧୀୟ ବିସ୍ତୃତ ବିବରଣୀ କମ୍ପାନୀର ୱେବସାଇଟ୍ ଙ୍ଗଙ୍ଗଙ୍ଗ.ଦ୍ଭବକ୍ଷମକ୍ଟସଦ୍ଭୟସବ.ମକ୍ଟଜ୍ଞ ରେ ଉପଲବ୍ଧ । ଉଲ୍ଲେଖଯୋଗ୍ୟ ଯେ କୋଭିଡ୍ ୧୯ ମହାମାରୀକୁ ଦୃଷ୍ଟିରେ ରଖି ନାଲକୋ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜିତ ହେବାକୁ ଥିବା କାର୍ୟ୍ୟକ୍ରମରେ ବିଜେତାମାନଙ୍କୁ ଅନଲାଇନ୍ ପୁରସ୍କାର ପ୍ରଦାନ କରାଯିବ ।

Leave A Reply

Your email address will not be published.