Odisha news

୨୦୨୧-୨୨ ଆର୍ଥିକ ବର୍ଷରେଉତ୍ପାଦନ ଓ ନିଟ୍ ଲାଭରେ ନାଲକୋର ସର୍ବକାଳୀନ ରେକର୍ଡ୍ ୨.୨୭ ଗୁଣା ବୃଦ୍ଧି ସହ ନିଟ୍ ଲାଭ ୨,୯୫୨ କୋଟି

0

ଭୁବନେଶ୍ୱର, ୨୫.୦୫.୨୦୨୨:ଭାରତସରକାରଙ୍କଖଣିମନ୍ତ୍ରଣାଳୟଅଧୀନରେଥିବାନବରତ୍ନରାଷ୍ଟ୍ରାୟତ୍ତଉଦ୍ୟୋଗନ୍ୟାସନାଲ୍ଆଲୁମିନିୟମକଂପାନିଲିମିଟେଡ୍ (ନାଲ୍କୋ) ୨୦୨୧-୨୨ଆର୍ଥିକ ବର୍ଷରେ ବ୍ୟବସାୟିକ ଉତ୍କର୍ଷତା କ୍ଷେତ୍ରରେ ଅନେକ ମାଇଲଖୁଣ୍ଟ ଅତିକ୍ରମ କରିଛି ଜ୍ଝ ଏହାର ସମସ୍ତ ବ୍ୟବସାୟ ୟୁନିଟ୍ ଗୁଡିକରେ ଉଚ୍ଚତ୍ତମ କାର୍ୟ୍ୟଦକ୍ଷତା ପ୍ରଦର୍ଶନ କରି, କମ୍ପାନୀ ଏହାର ବାର୍ଷିକ ଉତ୍ପାଦନ ଏବଂ ବିକ୍ରୟ କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଅଛି।୨୦୨୧-୨୨ ଆର୍ଥିକ ବର୍ଷରେ ନାଲକୋ ସର୍ବାଧିକ ୧୪,୧୮୧ କୋଟି ଟଙ୍କା ମୋଟଆୟ ଏବଂ ନିଟ୍ ଲାଭ ସର୍ବାଧିକ ୨,୯୫୨ କୋଟି ଟଙ୍କାକରିଅଛି।

ଏହି ଉଲ୍ଲେଖନୀୟ ଫଳାଫଳ ୨୦୨୧-୨୨ ଆର୍ଥିକ ବର୍ଷର ବଜାର ପରିସ୍ଥିତିରେବହୁମୁଖୀ ଉନ୍ନତି ଏବଂ ପରିବର୍ତ୍ତନ ହେବା ଦ୍ୱାରା ମମ୍ଭବ ହୋଇ ପାରିଛି ଜ୍ଝ ଆର୍ଥିକ ବର୍ଷ ୨୦୨୧-୨୨ପାଇଁ କମ୍ପାନୀର ନିଟ୍ ଲାଭ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୨୨୭%ବୃଦ୍ଧି ପାଇଛି ଜ୍ଝ

୨୦୨୧-୨୨ ଆର୍ଥିକ ବର୍ଷରେ, କମ୍ପାନୀ ଏହାର ନିଜସ୍ୱ ବକ୍ସାଇଟ୍ ଖଣିରୁ ୭୫.୧୧ଲକ୍ଷ ଟନ୍ ବକ୍ସାଇଟ୍ ଉତ୍ପାଦନ କରିଅଛି ଯାହା କମ୍ପାନୀ ସ୍ଥାପନା ପରଠାରୁ ଏକ ସର୍ବକାଳୀନ ରେକର୍ଡ୍। ଏଥି ସହ ପ୍ରଥମ ଥର ପାଇଁ ଏହାର ସ୍ମେଲଟର୍ ରେ ନେମ୍ ପ୍ଲେଟ୍ କ୍ଷମତା ହାସଲ କରି ୪.୬୦ଲକ୍ଷ ଟନ୍ଆଲୁମିନିୟମ୍ ଉତ୍ପାଦନ କରିଅଛି ଜ୍ଝ

ନାଲକୋ ସିଏମଡି ଶ୍ରୀଶ୍ରୀଧରପାତ୍ର କହିଛନ୍ତିଯେଏହି ଉଲ୍ଲେଖନୀୟ ଫଳାଫଳ ଦୃଢ଼ ପରିଚାଳନାଗତ ପ୍ରଦର୍ଶନ ତଥାପ୍ରଭାବଶାଳୀକଞ୍ଚାମାଲକ୍ରୟଏବଂବିକ୍ରୟରଣନୀତି, ବ୍ୟୟସଞ୍ଚୟପଦକ୍ଷେପ, ସକାରାତ୍ମକବ୍ୟବସାୟିକଦୃଷ୍ଟିକୋଣ, ଅନୁକୂଳଏଲ.ଏମ.ଇ.ମୂଲ୍ୟଏବଂବିଶ୍ୱ ବଜାରରେ ଆଲୁମିନିୟମଚାହିଦାବୃଦ୍ଧି ଦ୍ୱାରା ସମ୍ଭବ ହୋଇପାରିଛି ଜ୍ଝ କୋଭିଡ୍ ସଂପର୍କିତ ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ୱେ ନାଲକୋ ଏହାର ଉତ୍ପାଦନ ଏବଂ ଉତ୍ପାଦକତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲା। କର୍ମଚାରୀମାନଙ୍କ ଦଳଗତକାର୍ୟ୍ୟଏବଂଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ଏହି ସଫଳତାହାସଲ ହୋଇ ପାରିଛି ବୋଲି ସେ ମତ ପ୍ରକାଶ କରିଛନ୍ତି । ଶ୍ରୀ ପାତ୍ର ନିରବିଚ୍ଛିନ୍ନ ସମର୍ଥନପାଇଁବରିଷ୍ଠପରିଚାଳନା ମଣ୍ଡଳୀର ସଦସ୍ୟବୃନ୍ଦ,ସମସ୍ତକର୍ମଚାରୀ, ୟୁନିଅନ୍, ଆସୋସିଏସନ୍ଏବଂସମସ୍ତହିତାଧିକାରୀଙ୍କୁଧନ୍ୟବାଦଜଣାଇଛନ୍ତିଜ୍ଝ ନିରନ୍ତରସହାଯୋଗପାଇଁଭାରତସରକାରଙ୍କଖଣିମନ୍ତ୍ରଣାଳୟଏବଂଓଡିଶାସରକାରଙ୍କୁଶ୍ରୀ ପାତ୍ର କୃତଜ୍ଞତାଜଣାଇଛନ୍ତି।

Leave A Reply