Odisha news

ଟମାଟୋ ବୋଝେଇ ଟ୍ରକ ଓଲଟିଲା ତାପରେ ….

0

ଫୁଲନଖରା : ୧୬ ନମ୍ବର ଜାତୀୟ ରାଜପଥରେ ଆନ୍ଧ୍ରରୁ କଟକ ଅଭିମୁଖେ ଯାଉଥିବା ଏକ ଟମାଟୋ ବୋଝେଇ ଟ୍ରକ ଓଲଟିପଡ଼ିଛି । ଶନିବାର ଦିନ ୧୨ଟା ୩୦ ମିନିଟ ସମୟରେ ଟ୍ରକଟି କଟକ ଦିଗରେ ଯାଉଥିଲାବେଳେ ସଦର ଥାନା ଅଧିନ ପାଇକସାହି ନିକଟରେ ହଠାତ ଭାରସାମ୍ୟ ହରାଇ ରାଜପଥର ବାମ ପାଶ୍ୱର୍କୁ ଖସିଯାଇଥିଲା ।

ସେଠାରେ ଥିବା ପ୍ରାଥମିକ ସ୍କୁଲ ପାଚେରିରେ ଧକ୍କା ହୋଇ ଟ୍ରକଟି ଓଲଟିପଡ଼ିଥିଲା । ପାଇକସାହି ଗ୍ରାମ୍ୟ ଉନ୍ନୟନ କମିଟି ସଭାପତି ଦିଲୀପକୁମାର ସ୍ୱାଇଁ ଏବଂ ସମ୍ପାଦକ ନଳୀନକୁମାର ସେନାପତି ସେଠାରେ ପହଞ୍ଚô ଟ୍ରକ ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରି ଥାନାକୁ ଖବର ଦେଇଥିଲେ । ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚô ଆହତଦ୍ୱୟଙ୍କ ଚିକିତ୍ସା ବ୍ୟବସ୍ଥା କରିଥିଲା ।

ଅନ୍ୟ ଏକ ଗାଡ଼ିରେ ଟମାଟୋ ପଠାଇବା ବ୍ୟବସ୍ଥା କରି ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରିଛି । ସୂଚନାଯୋଗ୍ୟ, ଦୁଇ ବର୍ଷ ପୂର୍ବେ ଏକ ଯାତ୍ରୀବାହୀ ବସ ଅନୁରୂପଭାବେ ଭାରସାମ୍ୟ ହରାଇ ସେହି ସ୍ଥାନରେ ତଳକୁ ଖସି ସ୍କୁଲ ପାଚେରିରେ ଧକ୍କା ହୋଇଥିଲା ।

Leave A Reply