ଫୁଲନଖରା : ବାରଙ୍ଗ ବ୍ଲକ ନଗରୀ ପଞ୍ଚାୟତ ଅନ୍ତର୍ଗତ ଖଣ୍ଡାଗର ଗ୍ରାମର ମୁରବି ତଥା ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ମୁଦୁଲିଙ୍କଦ୍ୱାରା ଗରିବଙ୍କୁ ଶୀତବସ୍ତ୍ର ବଣ୍ଟନ ହୋଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସମାଜସେବୀ ଲଳିତକୁମାର ଦାଶ ଯୋଗଦେଇ ଦଳିତସାହି, ବେହେରାସାହି, ଝୋଲାସାହି ଓ ମଝିସାହିର ୩୦ଜଣ ଗରିବ ବୃଦ୍ଧ ବୃଦ୍ଧାଙ୍କୁ କମ୍ବଳ ବିତରଣ କରିଥିଲେ । ଗତ ୩ ବର୍ଷ ଧରି ଶ୍ରୀ ମୁଦୁଲିଙ୍କଦ୍ୱାରା ଏପରି କାର୍ଯ୍ୟ କରାଯାଉଥିବା ଜଣାପଡ଼ିଛି ।