Odisha news

ଫୁଲନଖରା : ହିନ୍ଦୁ ସେନା ପକ୍ଷରୁ ସିଏମସି ୫୬ ନମ୍ବର ୱାର୍ଡ଼ ଅନ୍ତର୍ଗତ ବିଭିନ୍ନ ସାହି ବସ୍ତିକୁ ବିଶୋଧନ

0

ଫୁଲନଖରା,: ହିନ୍ଦୁ ସେନା ପକ୍ଷରୁ ସିଏମସି ୫୬ ନମ୍ବର ୱାର୍ଡ଼ ଅନ୍ତର୍ଗତ ବିଭିନ୍ନ ସାହି ବସ୍ତିକୁ ବିଶୋଧନ କରାଯାଇଛି । ହିନ୍ଦୁସେନା ରାଜ୍ୟ ସଭାପତି ଦେବାଶିଷ ରାଉତ ଓ ସମ୍ପାଦକ ଅଭିଷେକ ଜେନାଙ୍କ ନେତୃତ୍ୱରେ ଅନ୍ୟ କର୍ମକର୍ତ୍ତା ଓ ସଦସ୍ୟଗଣ ସୁଭଦ୍ରାପୁର, କାଜିପାଟଣା, ପାନଗଡ଼ାଛକ, ମୁକାମେଶ୍ୱର, କାଜିପାଟଣା ମସଜିଦ, ରାଜନଗର ପାଟଣା, ସାମପୁର, ମହାମାୟୀ ମନ୍ଦିର ଇତ୍ୟାଦିକୁ ବିଶୋଧନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଭବାନୀଶଙ୍କର ନାୟକ, ଦିବାକର ନାୟକ, ଦିଲୀପ ସାମଲ, ଲାଲ ମିର୍ଜା, ପ୍ରଦୋଷ ସ୍ୱାଇଁ, ସନ୍ଦୀପ ମଲିକ, ଚନ୍ଦନ ଓଝା, ନାରାୟଣ କର ପ୍ରମୁଖ କର୍ମକର୍ତ୍ତା ସହଯୋଗ କରିଥିଲେ । ଏହି ଅଭିଯାନ ଆଗାମୀ ଦିନରେ ବଳବତ୍ତର ରହିବବୋଲି ସମ୍ପାଦକ ଶ୍ରୀ ଜେନା ଜଣାଇଛନ୍ତି ।

Leave A Reply