Odisha news

ହାଇୱା ବାଇକ ମୁହାଁମୁହିଁ ଧକ୍କା ଜଣେମୃତ୍ୟ, ଉତେଜନା ରାସ୍ତା ରୋକ

0

 

ଜଖପୁରା ଥାନା ଅନ୍ତର୍ଗତ ମନୋହର ପୁର ଛକ ନିକଟରେ ଆଜି ହାଇୱା ଧକ୍କାରେ ସୁକିନ୍ଦା ଥାନା କରଡାପାଳର କୋଦଣ୍ଡ ବଳକଂ ପୁଅ ତନ୍ମୟ ବଳ ( ୩୫)କଂର ମୃତ୍ୟ ଘଟିଛି । ଏଥିନେଇ ସ୍ଥାନୀୟ ଲୋକକଂ ଠାରେ ଉତେଜନା ପ୍ରକାଶ ପାଇଥିଲା । ମୃତକକଂ କ୍ଷତିପୁରଣ ଏବଂ ହମ୍ପସ ଦାବୀରେ ସ୍ଥାନୀୟ ଲୋକେ ଦୁର୍ଘଟଣାସ୍ଥଳରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଜଖପୁରା ପୋଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାସ୍ଥଳରୁ ତନ୍ମୟକୁଂ ଆମ୍ବୁଲାନସ ଯୋଗେ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ହେଲେ କାର୍ଯ୍ୟରତ ଡାକ୍ତର ତାକଂର ମୃତ ଘୋଷଣା କରିଥିଲେ । ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ ତନ୍ମୟକଂ ଶବ ବ୍ୟବଚ୍ଛେଦ କରାଯାଇଛି । ପୋଲିସ କେସ ନଂ ୧୦/୨୦୨୦ ଦଫା ୧୭୯/୩୦୪(ଏ)ରେ ମାମଲା ରୁଜୁ କରିଛି । ଅପରପକ୍ଷରେ ହାଇୱା ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଥିବାବେଳେ ପୋଲିସ ଦୁର୍ଘଟଣା ଘଟାଇଥିବା ହାଇୱା ନଂ ଓଡି୦୨ବିଡି ୯୬୭୯କୁ ଜବତ କରିଛି । ତନ୍ମୟ ଜିନ୍ଦଲ କାରଖାନାର ଠିକାଦାର ଆରଏସ ଜିଏମ ଟେକ୍ନୋ ସର୍ଭିସେସ ପ୍ରାଇଭେଟ ଲିମିଟେଡରେ ଠିକା ଶ୍ରମିକ ଭାବେ କାମ କରେ । ସେ ସି ସିପ୍ଟ ସାରି ଘରକୁ ଆଜି ସକାଳ ପ୍ରାୟ ୬.୩୦ରେ ମଟର ସାଇକେଲରେ ଫେରୁଥିବାବେଳେ ମନୋହର ପୁର ଛକ ନିକଟରେ ହାଇୱା ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଖବରପାଇ ଜଖପୁରା ପୋଲିସ ଘଟଣାସ୍ଥଳରେ ପହଂଚି ତନ୍ମୟକୁଂ ରକ୍ତ ଜୁଡୁବୁଡୁ ଏବଂ ସଜ୍ଞାହିନ ଅବସ୍ଥାରେ ଆମ୍ବୁଲାନସ ଯୋଗେ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ହେଲେ ଡାକ୍ତର ତାକଂର ମୃତୁ୍ୟଘୋଷଣା କରିଥିଲେ । ଏ ଖବର ସ୍ଥାନୀୟ ଅଂଚଳରେ ପ୍ରଚାରିତ ହେବା ପରେ ମୃତକକଂ କ୍ଷତିପୁରଣ ଏବଂ ହମ୍ପସ ଦାବୀରେ ସ୍ଥାନୀୟ ଲୋକେ ଦୀର୍ଘ ଘଂଟା ଧରି ଟାୟାରଜାଳି ରାସ୍ତା ଅବରୋଧ କରିଥିଲେ । ଯାହାଫଳରେ କଳିଙ୍ଗନଗର ଶିଳ୍ପାଂଚଳର ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ଉଭୟ ଆଡୁ ଆସୁଥିବା ଗାଡିଗୁଡିକ ଅଟକି ରହିଥିଲା । ଜଖପୁରା ପୋଲିସ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।

Leave A Reply

Your email address will not be published.