ଷୋମବାର ମାର୍ଚ୍ଚ ୧୭ ତାରିଖ ମହାରାଷ୍ଟ୍ରର ନାଗପୁର ରେ ସନ୍ଧ୍ୟା ରୁ ନେଇ ରାତି ପର୍ଯ୍ୟନ୍ତ ହିଂସା ଦେଖା ଦେଇଥିଲା, ଏହିଥିରେ ଅନେକ ପୋଲିସ କର୍ମୀ ମଧ୍ୟ ଆହତ ହୋଇଥିଲା, କିନ୍ତୁ ବର୍ତମାନ ଏହି ଘଟଣା ରେ FIR କପି ରୁ ଆଉ ଗୋଟିଏ ଘଟଣା ସାମ୍ନାକୁ ଆସିଛି l
FIR କପି ଅନୁସାରେ ମାର୍ଚ୍ଚ ୧୭ ଷୋମବାର ଦିନ ବିଶ୍ୱ ହିନ୍ଦୁ ପରିଷଦ , ବଜରଙ୍ଗ ଦଳ ର ୨୦୦ ରୁ ୨୫୦ କାର୍ଯ୍ୟକର୍ତା ଔରଙ୍ଗଜେବ ଙ୍କ କବର ହଟାଇବା ପାଇଁ ନାରା ଦେଇ କବର ଜଳାଇ ଆନ୍ଦୋଳନ କରିଥିଲେ, ଏହାକୁ ନେଇ ପୋଲିସ ପକ୍ଷରୁ ବିଶ୍ୱ ହିନ୍ଦୁ ପରିସଦ ଓ ବଜରଙ୍ଗ ଦଳ ର କାର୍ଯ୍ୟକର୍ତା ମାନଙ୍କ ବିରୁଦ୍ଧରେ ମାମଲା ଦର୍ଜ କରାଯାଇ ଥିଲା l
ଏହାପରେ ଛତ୍ରପତି ଶିବାଜୀ ମହାରାଜ ଙ୍କ ପ୍ରତିମୁର୍ତି ନିକଟରେ ଦ୍ବିପ୍ରହର ନମାଜ ପରେ BHP , ବଜରଙ୍ଗଦଳ ର କାର୍ଯ୍ୟ କୁ ନେଇ ଅସନ୍ତୋଷ ପ୍ରକାଶ କରି ୨ଶହ ମୁସଲମାନ ଲୋକ ନାରା ଦେବା ଆରମ୍ଭ କରିଥିଲେ, ଏବଂ ସେମାନେ ଆରୋପ ଲଗାଇଥିଲେ ଯେ କବର ଉପରେ ଗୋଟିଏ ସବୁଜ ରଙ୍ଗର କପଡା ରେ ଥିବା ମୁସଲମାନ ପବିତ୍ର ଗ୍ରନ୍ଥ କୋରାନ ର ଆୟତ୍ତ ଲେଖା ଯାଇଥିଲା ତାହା କୁ ନଷ୍ଟ କରିବାକୁ ନେଇ ଧମକ ଦେଇଥିଲେ , ଏହାପରେ ହିନ୍ଦୁ ସମୁଦାୟ ଙ୍କ ଉପରେ ପଥର ଫିଙ୍ଗ ଯାଇଥିଲା, ଏବଂ ପୋଲିସ ମୁସଲମାନ ସମୁଦାୟ ଙ୍କୁ ଗିରଫ କରି ଥାନାକୁ ଆଣିଥିଲା ଏବଂ ଆଶ୍ୱାସନା ଦେଇ ଛାଡି ଦେଇଥିଲା l
ଏହି ଘଟଣା ପରେ ସନ୍ଧ୍ୟା ୭ଟା ୩୦ ମିନିଟ ରେ ଉଭୟ ସମ୍ପ୍ରଦାୟ ର ଲୋକେ ଏକାଠି ହୋଇଥିଲେ, ଏବଂ ଉତେଜନା ଏଭଳି ହୋଇଥିଲା ଯେ ଗୋଟିଏ କ୍ରେନ, ୨ଟି ଜେସିବି ଓ ୩ଟି ଗାଡି ପୋଡି ଦିଆଯାଇଥିଲା l ଏବଂ ୨୦ ଟି ବାଇକ ଓ ଗୋଟିଏ ସରକାରୀ ଗାଡି କୁ ଭାଙ୍ଗିଦିଆ ଯାଇଥିଲା l ୪୭ ଜଣଙ୍କୁ ଗିରଫ କରାଯାଇଛି l