Odisha news

ନାଗପୁର ହିଂସା ନିଆଁ ରେ ବଙ୍ଗଳାଦେଶ ଘିଅ ପକାଇବାରେ ବ୍ୟସ୍ତ

0

ସୋମବାର  ଦିନ ନାଗପୁର ରେ ହିଂସା ହେବାର ମୁଖ୍ୟ କାରଣ ଗୋଟିଏ ସୋସିଆଲ ମିଡ଼ିଆ ପୋଷ୍ଟ କୁ ଦର୍ଶା ଯାଇଛି, ଯେଉଁ ପୋଷ୍ଟ ଅନୁସାରେ ନାଗପୁର ରେ ହିଂସା ହୋଇଥିବା ମୁଖ୍ୟତଃ ଦର୍ଶା ଯାଇଛି l ବର୍ତମାନ ସାଇବର ପୋଲିସ ଏଭଳି କିଛି ସୋସିଆଲ ମିଡ଼ିଆ ଆକାଉଣ୍ଟ କୁ ଖୋଜି ବାହାର କରିଛି ଏବଂ ଏହିସବୁ ଆକାଉଣ୍ଟ କୁ ବ୍ୟବହାର କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କୁହାଯାଇଛି l

ବୁଧବାର ଦିନ ୬ଟି FIR ଦରଜ କରାଯାଇଥିଲା, କିନ୍ତୁ ବର୍ତମାନ ଏହାର ସଂଖ୍ୟା ୧୩ କୁ ବୃଦ୍ଧି ହୋଇଛି, ନୂଆ ୪ଟି ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଆପତ୍ତିଜନକ ଭିଡିଓ, ଉସୁକେଇବା ଓ ଭଡକେଇବା ଭଳି ଭିଡିଓ ପୋଷ୍ଟ କରାଯାଇଥିଲା, ନାଗପୁର ପୋଲିସ ର ସାଇବର ସେଲ ବଙ୍ଗଳାଦେଶ ରୁ ସଞ୍ଚାଳିତ ଗୋଟିଏ ଫେସବୁକ ଆକାଉଣ୍ଟ କୁ ମଧ୍ୟ ଖୋଲି ବାହାର କରିଛି, ଯେଉଁଥିରେ ନାଗପୁର ରେ ବଡ଼ ଧରଣର ହିଂସା କରିବା ପାଇଁ ଧମକ ଦିଆଯାଇଥିଲା l

ଏହି ପୋଷ୍ଟ ଜଣେ ବାଙ୍ଗଲାଦେଶୀ ୟୁଜର ଦ୍ୱାରା କରାଯାଇଥିଲା, ଯେଉଁଥିରେ ସେ ଲେଖିଥିଲା ଷୋମବାର ଦିନ ର ଦଙ୍ଗା ମାତ୍ର ଗୋଟିଏ ଛୋଟ କାଟିଆ ଟ୍ରେଲର ଥିଲା, ଭବିଷ୍ୟତ ରେ ଏହାଠାରୁ ବଡ଼ ଦଙ୍ଗା ହେବ l ସାଇବର ସେଲ ପକ୍ଷରୁ ଏହି ଫେସବୁକ ଆକାଉଣ୍ଟ କୁ ବ୍ଲକ କରିବା ପାଇଁ ଅନୁରୋଧ କରାଯାଇଛି l

ନାଗପୁର ହିଂସା ରେ ଔରଙ୍ଗଜେବ ଙ୍କର କବର ପୋଡିବା ସମୟ ରେ ଯେଉଁ ଚାଦର ରେ ଧାର୍ମିକ ବାଣୀ ଜଳାଯିବା କୁ ନେଇ ଯେଉଁ ଆରୋପ ଲଗାଯାଇଥିଲା, ଯାଞ୍ଚ ସମୟ ରେ ତାହା ମିଥ୍ୟା ବୋଲି ପୋଲିସ ପକ୍ଷରୁ କୁହାଯାଇଛି l

Leave A Reply