Odisha news

ନନ୍ଦନକାନନରେ ରକ୍ତ ଛିଟା, ପର୍ଯ୍ୟଟକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ସଫାରୀ କର୍ମଚାରୀ

0
ବାରଙ୍ଗ: ନନ୍ଦନକାନନ ପ୍ରାଣିଉଦ୍ୟାନରେ ପର୍ଯ୍ୟଟକଙ୍କୁ ମାଡ଼ I ମାଡ଼ ମାରି ଲହୁଲୁହାଣ କଲେ ସଫାରୀ କର୍ମଚାରୀ I ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ନନ୍ଦନକାନନ ଥାନା I ମିଳିଥିବା ସୂଚନା ଅନୁଯାୟୀ, ରବିବାରଦିନ ଛତିଶଗଡରୁ ୨୬ ଜଣ ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସିଥିଲେ I ସଫାରୀରେ ବୁଲିବାପାଇଁ ପ୍ରାୟ ୨ଟା ସୁଦ୍ଧା କାଉଂଟରରେ ଟିକେଟ କାଟିଥିଲେ ।  ପାଖା ପାଖି ୩ ଘଂଟା ଅପେକ୍ଷା କରିଥିଲେ ମଧ୍ୟ ସଫାରୀ ବୁଲିବାର ସୁଯୋଗ ପାଇ ନଥିଲେ ପର୍ଯ୍ୟଟକ । ଏହାକୁ ନେଇ ସଫାରୀ କାଉଂଟରରେ ଥିବା କର୍ମଚାରୀମାନଙ୍କ ସହ ପର୍ଯ୍ୟଟକଙ୍କ କଥାକଟାକଟି ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସଫାରୀ କର୍ମଚାରୀମାନେ ପର୍ଯ୍ୟଟକଙ୍କୁ ଠେଲାପେଲା କରିଥିଲେ । ପର୍ଯ୍ୟଟକମାନେ ମଧ୍ୟ ନିଜକୁ ବଂଚାଇବାକୁଯାଇ ସଫାରୀ କର୍ମଚାରୀଙ୍କୁ ବିରୋଧ କରିଥିଲେ । ପରେ ସଫାରୀ କର୍ମଚାରୀମାନେ ବେଟାରୀଗାଡି ଚଳାଉଥିବା ସ୍ଥାନୀୟ ଗ୍ରାମର ଯୁବକ ମାନଙ୍କୁ ଡାକି ପର୍ଯ୍ୟଟକଙ୍କୁ ଆକର୍ମଣ କରିଥିଲେ I
ବେଟାରୀଗାଡି ଓ ସଫାରୀ କର୍ମଚାରୀ ପାଖାପାଖି ୫୦ଜଣ ପିଲା ଏକାଠି ହୋଇ ପର୍ଯ୍ୟଟକମାନଙ୍କୁ  ସଫାରୀ କାଉଂଟର ବାହାରେ ଲାଗିଥିବା  ଷ୍ଟିଲ ବାଡକୁ ଓପାଡି ସେଥିରେ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ ।ଯାହାଫଳରେ ପର୍ଯ୍ୟଟକ ହିମାଂଶୁ ଗୁପ୍ତା, ହରିଷ ଗୁପ୍ତା, ଅନୁପଗୁପ୍ତା ,ରଣକ ଗୁପ୍ତା,ପ୍ରେମଲତାଗୁପ୍ତାଙ୍କର ମୁହଁ,କାନ, ଆଙ୍ଗୁଠି, ପେଟ,ମୁହଁକୁ ବାଡେଇ ରକ୍ତାତ କରିଦେଇଥିଲେ I କିଛି ସମୟ ପାଇଁ ସେହିବାଟରେ ଯାଉଥିବା ଅନ୍ୟ ପର୍ଯ୍ୟଟକ ମାନେ ମଧ୍ୟ ନିଜକୁ ସୁରକ୍ଷିତ ମନେ କରିନଥିଲେ । ସଫାରୀ କର୍ମଚାରୀ ମାନଙ୍କର ଏଭଳି ଆକ୍ରମଣରୁ ନିଜ ଜୀବନ ବଂଚାଇବାକୁ ଯାଇ  ପର୍ଯ୍ୟଟକମାନେ ଛତ୍ରଭଙ୍ଗ ଦେଇଥିଲେ ।ନନ୍ଦନକାନନ ଠାରୁ ଖବର ପାଇ ନନ୍ଦନକାନନ ଥାନା ପୋଲିସ ପହଞ୍ଚି ସ୍ଥିତିକୁ ଆୟତ କରିଥିଲା  I ପରେ ଆକ୍ରମଣର ଶିକାର ହୋଇଥିବା ପର୍ଯ୍ୟଟକମାନେ ଥାନାରେ ଲିଖିତ ଅଭିଯୋଗ କରିଥିଲେ I ତେବେ ସଫାରୀ କର୍ମଚାରୀଙ୍କ ଆକ୍ରମଣରେ ଆହତ ହୋଇଥିବା ୫ଜଣ ପର୍ଯ୍ୟଟକଙ୍କୁ ପୋଲିସ ପ୍ରାଥମିକ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି । ତେବେ ପୂର୍ବରୁ ମଧ୍ୟ ବିନା କାଗଜପତ୍ରରେ ନନ୍ଦନକାନନରେ ସଫାରୀ ଗାଡି ଚଳାଉଥିଲେ । ପୁଣି ରବିବାର ନନ୍ଦନକାନନ କୁ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ମାଡ ମାରି ରକ୍ତାତ କରିବା ଘଟଣା କୁ ନେଇ ସାଧାରଣରେ ନିନ୍ଦା କରାଯାଇଛି ।
Leave A Reply