ନବରଙ୍ଗପୁର (କେ.ସାକିଲି ଦୋରା)—–କରୋନା ମହାମାରୀ ର ଦ୍ଵିତୀୟ ଲହର ପ୍ରକୋପରେ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି ଆକ୍ରାନ୍ତ ଙ୍କ ସଂଖ୍ୟା। ରାଜ୍ୟ ସରକାର କରୋନା ଚେନ କୁ ଭାଙ୍ଗିବା ପାଇଁ ମେ, ମାସ ୫ ତାରିଖ ରୁ ଲକଡାଉନ କରିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ କୁ ବାଦ ଦେଲେ କୌଣସି ଦୋକାନ ବଜାର ଖୋଲି ପାରିବ ନାହିଁ। ସକାଳ ୭ ଟା ରୁ ୧୧ ଟା ପର୍ଯ୍ୟନ୍ତ ସୀମିତ ସମୟ ମଧ୍ୟରେ ଲୋକେ କୋଭିଡ ଗାଇଡ଼ଲାଇନ ମାନି ଜିନିଷ କିଣିପାରିବେ। ପ୍ରଥମ ପର୍ଯ୍ୟାୟ ଲକଡାଉନ ରେ ଦେଶୀ ଓ ବିଦେଶୀ ମଦ ଦୋକାନ କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଥିଲେ ରାଜ୍ୟ ସରକାର। ରାଜ୍ୟ ରେ ରାଜସ୍ୱ ବୃଦ୍ଧି କରିବା ପାଇଁ ବିଦେଶୀ ମଦ ଦୋକାନ ପାଇଁ ନିୟମ ରେ ସରକାର କୋହଳ କଲେ।ମଦ ଦୋକାନୀ ମାନେ ଦୋକାନ ଖୋଲିପାରିବେ ନାହିଁ ବରଂ ଅନ ଲାଇନ ରେ ବିଦେଶୀ ମଦ ଗ୍ରାହକ ଙ୍କ ନିକଟରେ ପହଞ୍ଚାଇ ପାରିବେ। ସେଥି ପାଇଁ ଅବକାରୀ ବିଭାଗ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଦ ଦୋକାନୀ କୁ ଦିଆଯାଇଛି। ସକାଳ ୭ ଟା ଠାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଦୋକାନୀ ନିଜ କର୍ମଚାରୀ ମାନେ ଗ୍ରାହକ ଙ୍କ ଘରେ ମଦ ପହଞ୍ଚେଇବେ ।ବିଦେଶୀ ମଦ ଅନ ଲାଇନ ରେ ବୁକିଂ କଲେ ଏକ ନିର୍ଦ୍ଦିଷ୍ଟ ଅଧିକ ଚାର୍ଜ ଗ୍ରାହକ କୁ ଦେବାକୁ ପଡିବ। ଏଥିସହ ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ ଯୋଗୁଁ ବିଦେଶୀ ମଦ ଦୋକାନ ବନ୍ଦ ରହିବା ପାଇଁ ନିର୍ଦ୍ଦେଶ ରହିଛି। କିନ୍ତୁ ଏହି ସବୁ ନିୟମ କୁ ପଛରେ ପକାଇ ନବରଙ୍ଗପୁର ଜିଲ୍ଲାରେ ବିଦେଶୀ ମଦ ଖୁଲାମଖୁଲା ବିକ୍ରି ହେଉଛି। ନାମ କୁ ଅନ ଲାଇନ ରେ ବିକ୍ରି କରିବାର ଦୃଶ୍ୟ ଦେଖିବାକୁ ମିଳିଛି। କେବଳ ଅଫ ଲାଇନ ରେ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଗ୍ରାହକ ସିଧା ମଦ ଦୋକାନ କୁ ଯାଇ ଦୋକାନ ପଛପଟୁ ମଦ କିଣୁଥିବା ଦେଖାଦେଇଛି। ଏହିଭଳି ଦୃଶ୍ୟ କେବଳ ନବରଙ୍ଗପୁର ସହର ନୁହେଁ ବରଂ ଜିଲ୍ଲାର ଇନ୍ଦ୍ରାବତୀ, ପାପଡାହାଣ୍ଡି, ଡାବୁଗାଁ, ଉମରକୋଟ, ରାଇଘର ଭଳି ସ୍ଥାନରେ ଦେଖିବାକୁ ମିଳିଛି। ଜିଲ୍ଲାରେ ମଦ ବ୍ୟବସାୟୀ ମାନେ କୋଭିଡ ଗାଇଡ଼ ଲାଇନ କୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି।ଗ୍ରାହକ ମାନଙ୍କୁ ହାତ ପାଆନ୍ତା ରେ ମଦ ମିଳୁଥିବା ବେଳେ କାହିଁକି ଆମେ ଅନ ଲାଇନ ରେ ବୁକିଂ କରିବୁ ବୋଲି କିଛି ଗ୍ରାହକ
କହିଛନ୍ତି।ଅନ୍ୟପଟେ ସନ୍ଧ୍ୟା ୫ ଟା ପରେ ମଦ ବିକ୍ରି କୁ ସମ୍ପୁର୍ଣ୍ଣ ବନ୍ଦ କରିବା ପାଇଁ କୋଭିଡ ଗାଇଡ଼ ଲାଇନ ରହିଥିବା ବେଳେ ଦୋକାନୀ ରାତି ୧୦ ଟା ପର୍ଯ୍ୟନ୍ତ ମଦ ବିକ୍ରି କରୁଥିବା ଅଭିଯୋଗ ହେଉଛି। ସେହିଭଳି ସପ୍ତାହନ୍ତ ସଟ ଡାଉନ ଶନିବାର ଓ ରବିବାର ଦୋକାନୀ ମାନେ ମଦ ବିକ୍ରି କରୁଛନ୍ତି। ମଦ ବ୍ୟବସାୟୀ ଙ୍କ ସହ ଅବକାରୀ ବିଭାଗ ଓ ପୋଲିସ ର ସଲାସୁତୁରା ରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରି ହେଉଥିବା କୁ ଅସ୍ବୀକାର କରିହେବ ନାହିଁ। ତୁରନ୍ତ ମଦ ବ୍ୟବସାୟୀ ଙ୍କ ପାଇଁ କୋଭିଡ ଗାଇଡ଼ ଲାଇନ କଡାକଡି କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।

Comments are closed.