ନବରଙ୍ଗପୁ:- ନବରଙ୍ଗପୁର ଜିଲ୍ଲା,ନନ୍ଦାହାଣ୍ଡି ବ୍ଲକ ପୁଟଘର ଗାଁରେ ଅଜଣା ଜନ୍ତୁ ଆତଙ୍କ ରେ ଆତଙ୍କିତ ଗ୍ରାମବାସୀ । ଏଥର ବାଘ ଦୁଇଟି ଛେଳିକୁ ଶିକାର କରି ଗୋଟିଏ ଛେଳିକୁ ସମ୍ପୂର୍ଣ ଭାବରେ ଖାଇଯାଇଥିବା ବେଳେ ଅନ୍ୟ ଛେଳିଟିକୁ ମାରିଦେଇ ଛାଡି ଚାଲିଯାଇଛି। ଅଜଣା ଜନ୍ତୁ ଟି କଲରାପତାରିଆ ବାଘ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏହିଭଳି ଅଜଣା ଜନ୍ତୁ ବାରମ୍ବାର ଗ୍ରାମବାସୀଙ୍କ ଗୃହ ପାଳିତ ପଶୁଗୁଡିକୁ ଶିକାର କରିବାରେ ଲାଗିଛି।ଗ୍ରାମବାସୀ ମାନେ ଏନେଇ ଭୟଭୀତ ଥିବାବେଳେ, ବନ ବିଭାଗ ଏଦିଗରେ ତାର କୌଣସି କାର୍ଯ୍ୟ ପନ୍ଥା ସ୍ପଷ୍ଟ କରୁନାହିଁ। ଜିଲ୍ଲା ବନଖଣ୍ଡ ଅଧିକାରୀ ମଧ୍ୟ ଗ୍ରାମବାସୀ ଙ୍କ ସହ ଏକମତ ହୋଇ ଏହା କଲରାପତାରିଆ ବାଘ ବୋଲି କହିଛନ୍ତି ।
ଭିଓ୧- ଘଞ୍ଚ ଜଙ୍ଗଲ ଓ ପାହାଡ଼ ଘେରା ମଧ୍ୟରେ ଦୁଇ କିଲୋମିଟର ପାଦ ଚଲା ରାସ୍ତା ଅତିକ୍ରମ କରିବା ପରେ ଆସେ ନନ୍ଦାହାଣ୍ଡି ବ୍ଲକ ଝାଡବନ୍ଧଗୁଡା ପଞ୍ଚାୟତ ଅନ୍ତର୍ଗତ ପୁଟଘର ଗାଁ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ପୁଟଘର ଗାଁ ଲୋକ ନିରାଡ଼ମ୍ବର ଭାବେ ସୁଖ,ଶାନ୍ତି ଓ ଖୁସିରେ ଜୀବନ ଜିଉଁ ଥିବା ବେଳେ ଜଙ୍ଗଲ ମଧ୍ୟରେ ବାଘର ଉପସ୍ଥିତି ପୁଟଘର ଗ୍ରାମବାସୀଙ୍କ ସୁଖ ଓ ଶାନ୍ତି ଛଡେଇ ନେଇଛି। ପୁଟଘର ଗାଁର ବୃନ୍ଦାବନ ଗୌଡ଼ ମେଣ୍ଢା ଓ ଛେଳି ପଲକୁ ଚରାଇବା ପାଇଁ ଜଙ୍ଗଲ ମଧ୍ୟକୁ ନେଇକି ଯାଇଥିବା ବେଳେ,ମେଣ୍ଢା ଓ ଛେଳି ପଲ ଉପରକୁ ଏକ କଲରା ପତରିୟା ବାଘ ଆକ୍ରମଣ କରିଥିଲା ବାଘ ଆକ୍ରମଣ କରି ଗୋଟିଏ ଛେଳିକୁ ଜୀବନରେ ମାରିଦେଇ ଛାଡି ଚାଲିଯାଇଥିବା ବେଳେ, ଅନ୍ୟ ଏକ ଛେଳିକୁ ଜଙ୍ଗଲ ମଧ୍ୟକୁ ନେଇ ପୁରାପୁରି ଖାଇଯାଇଛି। ଏଥି ପୂର୍ବରୁ ଦୁଇଟି ଛେଳିକୁ ବାଘ ଖାଇଯାଇଥିବା ବେଳେ,ଏକ ମାସ ପୂର୍ବରୁ ଗୋଟିଏ ଗାଈକୁ ବାଘ ଖାଇଯାଇଥିଲା ଓ ତିନୋଟି ଗାଈ ବାଘର ଆକ୍ରମଣରେ ଗୁରୁତର ଅବସ୍ଥାରେ ଘରକୁ ଫେରିଥିଲେ।
ଏହାପରେ ଦୁଇଟି ଛେଳି ବାଘର ଶିକାର ହୋଇଥିଲେ, ପୁଣି ଏବେ ଦୁଇଟି ଛେଳିକୁ ବାଘ ଆକ୍ରମଣ କରିଛି। ପୂର୍ବରୁ ଗାଈ ଓ ଛେଳି ଗୁଡିକ ଉପରକୁ ହୋଇଥିବା ଆକ୍ରମଣ ବାଘ କରିଛି ନା ଅନ୍ୟ କୌଣସି ଜଙ୍ଗଲୀ ଜନ୍ତୁ କରିଛି ଏହା ଗ୍ରାମବାସୀ ମାନେ ସ୍ପଷ୍ଟ ହୋଇନଥିଲେ କିନ୍ତୁ ବାଘ ହିଁ ତାଙ୍କ ଗୃହ ପାଳିତ ପଶୁ ମାନଙ୍କୁ ଶିକାର କରୁଥିବା ସନ୍ଦେହ କରୁଥିଲେ କିନ୍ତୁ ଏବେ ଛେଳି ଚରୁଆଳ ବୃନ୍ଦାବନ ଗୌଡ଼ ର ଆଖି ସାମନାରେ ଦୁଇଟି ଛେଳିକୁ କଲରା ପତରିଆ ବାଘ ଶିକାର କରିବା ପରେ ଗ୍ରାମବାସୀଙ୍କ ସନ୍ଦେହ ଦୂର ହୋଇଥିବା ଦାବି କରିଛନ୍ତି ।କିନ୍ତୁ ଏବେ ଗ୍ରାମବାସୀ ମାନେ ବାଘ ତାଙ୍କ ଆଖ ପାଖରେ ଘୁରି ବୁଲୁଥିବା ଜାଣିବା ପରେ ସେମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ନିଜର ଛୋଟ ଛୋଟ ପିଲା ମାନଙ୍କର ଜୀବନ ବାଘ କାରଣରୁ ବିପଦରେ ରହିଥିବା ନେଇ ବନ ବିଭାଗ ଅଧିକାରୀ ମାନଙ୍କ ନିକଟରେ କାକୁତି ମିନତୀ ହୋଇ ବାଘକୁ ଏହି ଅଞ୍ଚଳରୁ ଧରିନେଇଯିବାକୁ ଗୁହାରି କରିଛନ୍ତି।
ପୁଣି ଦୁଇଟି ଛେଳିକୁ ବାଘ ଶିକାର କରିଥିବା ଖବର ପାଇବା ପରେ ବନବିଭାଗ କର୍ମଚାରୀ ମାନେ ପୁଟଘର ଗାଁକୁ ଯାଇ ତଦନ୍ତ କରିଥିଲେ, ଏହାପରେ ବନ ବିଭାଗର ବନ୍ୟଜନ୍ତୁ ଉଦ୍ଧାରକାରୀ ଦଳ ପୁଟଘର ଗାଁ ଜଙ୍ଗଲରେ ପହଞ୍ଚି ଥରକୁଥର ଗୃହ ପାଳିତ ପଶୁ ମାନଙ୍କୁ ଶିକାର କରୁଥିବା ବନ୍ୟଜନ୍ତୁଟି ବାଘ ନା ଅନ୍ୟ କୌଣସି ଜନ୍ତୁ ଏବଂ ତାର ଗତିବିଧିକୁ ଜାଣିବା ପାଇଁ ବନ୍ୟଜନ୍ତୁ ଉଦ୍ଧାରକାରୀ ଦଳ ଦୁଇଟି ସ୍ଥାନରେ କେମେରା ଖଞ୍ଜିଛନ୍ତି।
୧୦ କିଲୋମିଟର ପର୍ଯ୍ୟନ୍ତ ଘଞ୍ଚ ଜଙ୍ଗଲ ଓ ପାହାଡ଼ ଘେରି ରହିଛି ଏହି ଅଞ୍ଚଳ ମଧ୍ୟରେ ରହିଥିବା ୫ / ୬ ଟି ଗାଁରେ ବାଘ ଘୁରି ବୁଲୁଥିବାବେଳେ ପୁଟଘର ଗାଁରୁ ପାହାଡ଼ ଓ ଜଙ୍ଗଲ ରାସ୍ତାର ୫ କିଲୋମିଟର ଦୂରରେ ଥିବା ନଙ୍ଗଳଅଟାଳ ଗାଁର ମୁଖ୍ୟ ରାସ୍ତା ଦେଇ ବାଘ ଯାଇଥିବା ଗ୍ରାମବାସୀ ମାନେ ଦେଖିଥିବା କହିବା ପରେ ସେହି ଗାଁକୁ ଯାଇ ବନ ବିଭାଗ କର୍ମଚାରୀ ମାନେ ଜମିରେ ଦେଖା ଯାଉଥିବା ବାଘର ପାଦଚିହ୍ନକୁ ପରୀକ୍ଷା ପାଇଁ ପଠାଇବା ସହ ବାଘ ଆକ୍ରମଣରେ ମୃତ୍ୟୁ ହୋଇଥିବା ଛେଳିକୁ ବ୍ୟବଛେଦ କରିବା ପରେ ପୋତି ଦିଆଯାଇଛି। କିନ୍ତୁ ଅନ୍ୟପଟେ ଗାଈ ଓ ଛେଳି ମାନଙ୍କୁ ବାରମ୍ବାର ଶିକାର କରୁଥିବା ବନ୍ୟଜନ୍ତୁଟି ବାଘ ଓ ଛେଳି ଦୁଇଟିକୁ ବାଘ ଶିକାର କରିବା ସମୟରେ ଜଣେ ଗ୍ରାମବାସୀ ଆଖିରେ ଦେଖିଥିବା କହୁଥିବା ବେଳେ ଜିଲ୍ଲା ବନ ଖଣ୍ଡ ଅଧିକାରୀ ଏହା କଲରାପତାରିଆ ବାଘ ବୋଲି କହିବା ସହ ଲୋକ ଙ୍କୁ ଭୟଭୀତ ନ ହେବା ପାଇଁ କହିଛନ୍ତି ।
ଗ୍ରାମବାସୀ ଙ୍କ ଗୃହପାଳିତ ପଶୁ କୁ ଆକ୍ରମଣ କରିଥିବା ବାଘ କୁ ଶୀଘ୍ର କାବୁ କରିବାର ଆବଶ୍ୟକ ହୋଇପଡିଛ । ନଚେତ ଗୃହପାଳିତ ପଶୁ ର ଶିକାର କରୁଥିବା ବାଘ କେତେବେଳେ କୌଣସି ବଡ଼ ଧରଣ ଅଘଟଣ ନକରିବ ତାହା କହିବା ସମ୍ଭବ ନୁହେଁ।