ତେନ୍ତୁଳିଖୁଣ୍ଟି:- କରୋନା ଭୂତାଣୁ ସଂକ୍ରମିତ ହେବାର ଭୟାବହ ପରିସ୍ଥିତିରେ ମାନସିକ ବିକୃତ, ଦିବ୍ୟାଙ୍ଗଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଈଛି। କିନ୍ତୁ, ଏଭଳି ପରିସ୍ଥିତିରେ ଏକ ସୁଖର ଖବର ଦେଖିବାକୁ ମିଳିଛି। ନବରଙ୍ଗପୁର ମାନନୀୟ ଜିଲ୍ଲାପାଳ ଡ ଅଜିତ କୁମାର ମିଶ୍ରଙ୍କୁ ଝରିଗାଁ ବ୍ଲକ ଝରିଗୁଡା ଗାଁର ଜଣେ ମାନସିକ ବିକୃତ ମହିଳା ଫୋନ ଯୋଗେ କଥାବାର୍ତ୍ତା କରି କହିଥିଲେ ଯେ, ତାଙ୍କର ପ୍ରତିଦିନ ଖାଉଥିବା ଔଷଧ ସରିଯାଈଛି। ଲକଡାଉନ ଫଳରେ ମହିଳା ଜଣକ ଔଷଧ ଖାଈବାରୁ ବଞ୍ଚିତ ହେଉଛନ୍ତି। ଜିଲ୍ଲାପାଳ ଡ ମିଶ୍ର ମହିଳାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତୁରନ୍ତ ଜୟପୁରରୁ ଔଷଧ ମଗେଈ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପବିତ୍ର ମହୋନ ପ୍ରଧାନଙ୍କ ଦ୍ବାରା ଉକ୍ତ ମହିଳାଙ୍କ ପାଖକୁ ଔଷଧ ପଠେଈଥିବା ଜଣାପଡିଛିା। ପରିବାର ଲୋକେ ଏଥିପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଜିଲ୍ଲାପାଳ ଗୁରୁଦାୟିତ୍ବ ମନେକରି ମହିଳା ଜଣକୁ ସାହାଯ୍ୟ କରିଥିବାରୁ ନବରଙ୍ଗପୁର ଜିଲ୍ଲା ଦିବ୍ୟାଙ୍ଗ ସଭାପତି ଶ୍ରୀ ସୁଜିତ ରଥ ଉଚ୍ଚ ପ୍ରଶଂସା କରିଛନ୍ତି। ଜିଲ୍ଲା ମଧ୍ୟରେ କରୋନା ମୁକାବିଲାକୁ ଦୃଢ ହସ୍ତରେ ଦମନ କରିବାକୁ ଜିଲ୍ଲାପାଳ ଡ ମିଶ୍ର ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତିନ କୁସଲକରଙ୍କ ପ୍ରୟାସ ପ୍ରଶଂସନୀୟ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।