Odisha news

ଆଜି ନବରଙ୍ଗପୁରରେ ୪୦ କରୋନା ପଜିଟିବ

0

ନବରଙ୍ଗପୁର :-  ଆଜି ସୂଚନା ଓ ପ୍ରସାରଣ ବିଭାଗ ସୂଚନାନୁସାରେ ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ ପରିମାଣରେ କରୋନା ପଜିଟିଭ ବାହାରିଥିବା ଜିଲ୍ଲାପାଳ ଡ ଅଜିତ କୁମାର ମିଶ୍ର ପ୍ରକାଶ କରିଛନ୍ତି। ରାଈଘର ବ୍ଲକର ଖାଡେଙ୍ଗା ଗ୍ରାମରୁ ସର୍ବାଧିକ ପଜିଟିଭ ଆସିଛି। ଆଉ ଅନ୍ୟ କେଶ ଉମରକୋଟ, ଝରିଗାଁ, ପାପଡାହାଣ୍ଡି ବ୍ଲକର ବିଭିନ୍ନ ଗାଁରୁ ଜଣାପଡିଛି। ମୋଟ କରୋନା ପଜିଟିବ ସଂଖ୍ୟା ୧୩୫ ଜଣଙ୍କ ମଧ୍ୟରୁ ୯୩ ଜଣ ଚିକିତ୍ସିତ ରୋଗୀଙ୍କୁ ସୁସ୍ଥ ସାର୍ଟିଫିକେଟ ସହ ଘର ବାହୁଡା କରାଯାଈଛି। ବର୍ତ୍ତମାନ ଜିଲ୍ଲାରେ ୪୨ ଜଣଙ୍କ କରୋନା ପଜିଟିବ ରହିଛନ୍ତି। ସେମାନଙ୍କର କରୋନା ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ଜିଲ୍ଲାପାଳ ସୂଚନା ଦେଈଛନ୍ତି। ପ୍ରତିଦିନ ବାରମ୍ବାର ହାତ ଧୋଈ ସାମାଜିକ ଦୂରତା ରକ୍ଷା କଲେ କରୋନା ଠାରୁ ଜିତି ପାରିବା ବୋଲି ଜିଲ୍ଲାବାସୀଙ୍କୁ ସୂଚନା ଦେଈଛନ୍ତି। ଗତ ଦୁଈ ଦିନ ହେଲା ଜିଲ୍ଲାରେ କୌଣସି କରୋନା ପଜିଟିବର ସୂଚନା ଆସି ନ ଥିଲା। ଏହାକୁ ନେଇଁ ଜିଲ୍ଲାବାସୀ ଆଶ୍ବସ୍ଥ ରହି ଥିଲେ।

Govt
Leave A Reply