ନବରଙ୍ଗପୁର (କେ.ସାକିଲି ଦୋରା)—ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ଅଶୋକ ମେହେଟା ସଭା ଗୃହରେ ମାନ୍ୟବର କ୍ରୀଡା ଓ ଯୁବ ସେବା ଏବଂ ସୂଚନା ଓ ପ୍ରଜ୍ଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ନବରଙ୍ଗପୁର ଜିଲ୍ଲାର କ୍ରୀଡା ଏବଂ କ୍ରୀଡ଼ାର ଭିତ୍ତିଭୂମି ବିଷୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର କ୍ରୀଡା କ୍ଷେତ୍ରରେ ଅବଶ୍ୟକୀୟ ଥିବା ଭିତ୍ତିଭୂମି ଏବଂ କ୍ରୀଡ଼ାର ବିକାଶ ପାଇଁ ଆଲୋଚନା କରାଯାଇଥିଲା। ବିଶେଷ କରି ଜିଲ୍ଲାରେ ଏକ କ୍ରୀଡା ଛାତ୍ରାବାସ ର ଆବଶ୍ୟକତା ଥିବା ସମ୍ୱନ୍ଧରେ ମାନ୍ୟବର ସାଂସଦ ଏବଂ ବିଧାୟକ ଗଣ ମାନ୍ୟବର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଜିଲ୍ଲାରେ ରହିଥିବା ଖେଳ ପଡ଼ିଆର ଭିତ୍ତିଭୂମି ର ଉନ୍ନତି କରଣ ନିମନ୍ତେ ମାନ୍ୟବର ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲାରେ ବିଭିନ୍ନ କ୍ରୀଡା କ୍ଷେତ୍ରରେ ରୁଚି ରଖୁଥିବା ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷକ ଙ୍କ ଆବଶ୍ୟକତା ଥିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ସେହିପରି ଚାନ୍ଦାହାଣ୍ଡି ସଦର ମହକୁମା ଠାରେ ଏକ ଖୋଲା ବ୍ୟାୟାମ ଶାଳା କରାଯିବା ପାଇଁ ମାନ୍ୟବର ବିଧାୟକ ଝରିଗାଁ ଇଂ ପ୍ରକାଶ ଚନ୍ଦ୍ର ମାଝୀ ମାନ୍ୟବର ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।
ଜିଲ୍ଲାରେ ବିଶେଷ କରି ଗ୍ରାମାଞ୍ଚଳରେ ଫୂଟବଲ ଖେଳ ପ୍ରତି ଲୋକଙ୍କ ଅଧିକ ରୁଚି ଥିବାରୁ, ଏହି ଖେଳ ପ୍ରତି ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ସହିତ ସହାୟତା ଯୋଗାଇଦେବାକୁ ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ମାନ୍ୟବର ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ମାନ୍ୟବର ବିଧାୟକ ନବରଙ୍ଗପୁର ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ଜିଲ୍ଲାପାଳ, ଡ଼ଃ ଅଜିତ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଡେପୁଟି ଜିଲ୍ଲାପାଳ, ମୌସୁମୀ ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ସୂଚନା ଅଧିକାରୀ, ହଳଧର ନିହାଲ, ଜିଲ୍ଲା କ୍ରୀଡା ଅଧିକାରୀ ମହେନ୍ଦ୍ର ସାହୁ, ଜିଲ୍ଲା କ୍ରୀଡା ସଂଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ,ସୌଭାଗ୍ୟ ନାୟକ, ଏ ସୁରେଶ ପ୍ରମୁଖ ଉପସ୍ଥିତ ଥିଲେ
Comments are closed.