Odisha news

ଅନାଥ ପିଲା ଙ୍କୁ ଥଇଥାନ ଉଦ୍ଦେଶ୍ୟରେ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସରେ ରଣନୀତି ପ୍ରସ୍ତୁତି

ନବରଙ୍ଗପୁର (କେ.ସାକିଲି ଦୋରା)— କରୋନା ମହାମାରୀ ସମୟରେ ସମଗ୍ର ନବରଙ୍ଗପୁର  ଜିଲ୍ଲାରେ ମା ବାପାଙ୍କୁ ହରାଇ  ଶିଶୁ ମାନେ ଅନାଥ ହେବା ଓ ସଚେତନତା ଅଭାବରୁ  ବାଲ୍ୟବିବାହ ଘଟଣା ଗୁଡିକ ଅତିମାତ୍ରାରେ ବଢିବା  ପ୍ରଶାସନର ନଜରକୁ  କୁ ଆସିଛି । ତେବେ ଜିଲ୍ଲାରେ ଥିବା ସମସ୍ତ ଅନାଥ ଶିଶୁ ଓ ଏକକ ମାତା ପିତା ଥିବା ଶିଶୁ ମାନଙ୍କୁ  ଥଇଥାନ ଏବଂ  ବାଲ୍ୟ ବିବାହ ର  ସମାପ୍ତ ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳ ଡଃ ଅଜିତି ମିଶ୍ର ଙ୍କ ଅଧ୍ୟକ୍ଷତା ରେ  ଜିଲ୍ଲା ସ୍ତରୀୟ  ଟାସ୍କ ଫୋର୍ସ ର  ବୈଠକ ଭରଚୁଆଲ ମାଧ୍ୟମ ରେ ଅନୁଷ୍ଟିତ ହୋଇଯାଇଛି ।
ଜିଲ୍ଲାରେ ଅନାଥ ଶିଶୁ ଓ ଏକକ ମାତା ପିତା ଥିବା ଶିଶୁ ମାନଙ୍କୁ  ଥଇଥାନ ସହିତ ଅଙ୍ଗନୱାଡି  ଓ ଗ୍ରାମ ପଞ୍ଚାୟତ ସ୍ତରରେ  ବିବାହ ପଞ୍ଜୀକରଣ ପାଇଁ  ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ  ନିର୍ଦେଶ ଦେଇଛନ୍ତି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ  ବୈଠକ  ପ୍ରମ୍ଭରେ ଜିଲ୍ଲା ର ସମସ୍ତ ବ୍ଲକ ଓ ୧୮୯ ଟି ଗ୍ରାମ ପଞ୍ଚାୟତ ଗୁଡିକରେ ଶିଶୁ ସୁରକ୍ଷା କମିଟି  ଓ ବାଲ୍ୟ ବିବାହ ଟାସ୍କ ଫୋର୍ସ ଗଠନ ହୋଇଥିବାର ସୂଚନା ଦେଇ ଥିଲେ । ପରେ ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ  ମେହେରେ ନିଶା ବେଗମ ଚଳିତ ବର୍ଷ ରେ ଜିଲ୍ଲାରେ  ମୋଟ ୧୧୪ ଗୋଟି ବାଲ୍ୟବିବାହ କୁ ବନ୍ଦ କରାଯାଇ ଥିବାର ପଦକ୍ଷ ଉପରେ ମତବ୍ୟକ୍ତ କରିବା ସହିତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି , ଜିଲ୍ଲା ସମାଜ କଲ୍ଯାଣ ବିଭାଗ , ୟୁନିସେଫ ଓ ଆକ୍ସନଏଡ ସଂସ୍ଥା ର ମିଳିତ ପ୍ରୟାସ ରେ ଏକ  ଯୋଜନା ବଦ୍ଧ କାର୍ଯ୍ୟକ୍ରମ  ପ୍ରସ୍ତୁତି  କରାଯାଇ ଗ୍ରାମ ଗୁଡିକରେ ସଚେତନତା କାର୍ଯ୍ୟ କ୍ରମ ଚାଲୁଥିବାର ସୂଚନା ଦେଇଥିଲେ   ।
ପରେ ପରେ  ଆକ୍ସନଏଡ ସଂସ୍ଥା ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ଶିଶୁ  ମାନଙ୍କର ସୁରକ୍ଷା  ଓ ବାଲ୍ୟ ବିବାହ ର  ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାରେ ନିଆଯାଇ ଥିବା  ବିଭିନ୍ନ ପଦକ୍ଷପ ଓ ଆଗାମୀ ଦିନର କାର୍ଯ୍ୟକ୍ରମ  ଉପରେ ବୈଠକରେ ଉପସ୍ଥାପନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ  ଅତିରିକ୍ତ ଜିଲ୍ଲାପାଳ  ରତ୍ନାକର ସାହୁ  , ଉପଜିଲ୍ଲାପାଳ ଭାସ୍କର ରୋହିତ , ଜିଲ୍ଲା ମଙ୍ଗଳ ଅଧିକାରୀ  ପବିତ୍ର ମୋହନ ପ୍ରଧାନ ,ଜିଲ୍ଲା ଶିକ୍ଷା ଅଧିକାରୀ ଚନ୍ଦ୍ରଶେଖର ପାଣିଗ୍ରାହି ,ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, , ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧକ୍ଷ ଦିବାକର ବାହୁକ , ଜିଲ୍ଲା ଶ୍ରମ ଅଧିକାରୀ ନରେନ୍ଦ୍ର ଗୈଇ ପାଇ ,ଡ଼ିଆ ଇ ପି ଆର ଓ ହଲଧର ନିଆଲ , କାର୍ଯ୍ୟ ନିର୍ବାହୀ ଅଧିକାରୀ  ଗୌର ଚନ୍ଦ୍ର ପଟ୍ଟନାୟକ  ,ଜିଲ୍ଲା ର ସମସ୍ତ  ବିଡିଓ ଓ  ସିଡିପିଓ ତଥା  ବାଲ୍ୟ ବିବାହ ଅଧିକାରୀ , ଚାଇଲ୍ଡ ଲାଇନ ଜିଲ୍ଲା ସଂଯୋଜକ ରବୀନ୍ଦ୍ର ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାରେ    ଅନାଥ ଶିଶୁ ଓ ଏକକ ମାତା ପିତା ଥିବା ଶିଶୁ ମାନଙ୍କୁ  ଥଇଥାନ ଏବଂ  ବାଲ୍ୟ ବିବାହ ର  ସମାପ୍ତ ଦିଗରେ  ନିଜର ମତାମତ ପ୍ରଦାନ କରିଥିଲେ  ।
IEC 2 years

Comments are closed.