Odisha news

ହିନ୍ଦୁ ଧର୍ମରେ ନବଗ୍ରହଙ୍କ ମହତ୍ୱ, ନବଗ୍ରହଙ୍କ କୃପା ଲାଭ କରିବା ପାଇଁ ନିୟମିତ କରନ୍ତୁ ଏଭଳି ଉପାୟ

0
ଆମ ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ କୁହାଯାଇଛି ଯେ ଗ୍ରହ ମାନଙ୍କର କୋପ ଦୃଷ୍ଟି ପଡିଲେ ମଣିଷର ଖରାପ ସମୟ ଆସିଥାଏ l ତେଣୁ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଏହି ଗ୍ରହ ମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଭିନ୍ନ ଉପାୟ କୁହାଯାଇଚି l ପ୍ରତ୍ୟେକ ଗ୍ରହ ଙ୍କର ଅଲଗା ଅଲଗା କାର୍ଯ୍ୟ ରହିଥାଏ , ତେଣୁ ଆଜି ଆସନ୍ତୁ ଜାଣିବା କେଉଁ ଗ୍ରହଙ୍କୁ କିଭଳି ସନ୍ତୁଷ୍ଟ କରିବା ଓ କେଉଁ କାର୍ଯ୍ୟ କରିବା ଦ୍ୱାରା କେଉଁ ଗ୍ରହ ଅସନ୍ତୁଷ୍ଟ ହୁଅନ୍ତି l
* ଶାସ୍ତ୍ର ଅନୁସାରେ ସୂର୍ଯ୍ୟଦେବ ହେଉଛନ୍ତି ବିଶ୍ୱବ୍ରହ୍ମାଣ୍ଡର ଜୀବନ୍ତ ଦେବତା l ସୂର୍ଯ୍ୟ ଦେବ ସେହି ବ୍ୟକ୍ତିଙ୍କ ଉପରେ ଅସନ୍ତୁଷ୍ଟ ହୁଅନ୍ତି ଯେଉଁମାନେ ଅଳସୁଆ ହୋଇ ଥାଆନ୍ତି ଓ ସକାଳୁ ଡେରିରେ ଉଠି ଥାଆନ୍ତି l ତେଣୁ ସୂର୍ଯ୍ୟ କୃପା ଦୃଷ୍ଟି ପାଇବାକୁ ତାଙ୍କୁ ନିୟମିତ ସ୍ନାନ ପରେ ତମ୍ବା ପାତ୍ରରେ ଜଳ, ଚାଉଳ, ହଳଦୀ ଓ ନାଲି ପୁଷ୍ପ ଅର୍ପଣ କରିବା ଆବଶ୍ୟକ l
* ଚନ୍ଦ୍ର ଦୋଷ ଲାଗିବ ଦ୍ୱାରା ଘରେ ସର୍ବଦା ରୋଗ ବୈରାଗ ର ବସବାସ ହୋଇଥାଏ l ତେଣୁ ପ୍ରତିଦିନ ଘରକୁ ସୁଗନ୍ଧ ରେ ସୁଗନ୍ଧିତ କରି ରଖିବା ଦ୍ୱାରା ଚନ୍ଦ୍ର ଦୋଷ ରୁ ମୁକ୍ତି ମିଳିଥାଏ l
* ମଙ୍ଗଳ ଦୋଷରୁ ମୁକ୍ତି ପାଇବା ପାଇଁ ମଙ୍ଗଳ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରତିଦିନ ୧୫ ମିନିଟ ପର୍ଯ୍ୟନ୍ତ ଭୂମୀ ଉପରେ ବସି ହନୁମାନ ଙ୍କୁ ଧ୍ୟାନ କରନ୍ତୁ l ମଙ୍ଗଳ ଙ୍କ କୋପରୁ ବିଭିନ୍ନ କାର୍ଯ୍ୟରେ ବାଧା ଉପୁଜି ଥାଏ l
* ଅନେକ ବ୍ୟକ୍ତି ରହି ଥାନ୍ତି ସେମାନଙ୍କ ଉପରେ ବୁଧ ଗ୍ରହଙ୍କ ଦୋଷ ଲାଗିଥାଏ, ଏଥିରୁ ମୁକ୍ତି ପାଇବା ପାଇଁ ନିୟମିତ କିଛି ସମୟ ଦର୍ପଣ ସାମ୍ନାରେ ଠିଆ ହୋଇ କିଛି ମନ୍ତ୍ର ଜପ କରିବାର ଅଭ୍ୟାସ କରନ୍ତୁ l
* ବୃହସ୍ପତି ଙ୍କ କ୍ରୁର ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ସୁସ୍ଥ ସାତ୍ଵିକ ଭୋଜନ ନିୟମିତ ଗ୍ରହଣ କରନ୍ତୁ l ବୃହସ୍ପତି ସନ୍ତୁଷ୍ଟ ରହିବା ଦ୍ୱାରା ଧନ ସମ୍ବନ୍ଧୀୟ ଅସୁବିଧା ଦୂର ହୋଇଥାଏ l
* ଶୁକ୍ର ଦୋଷ ଲାଗିବା ଦ୍ୱାରା ଆର୍ଥିକ ହାନି ହୋଇଥାଏ ତେଣୁ ଶୁକ୍ରଙ୍କ କୋପରୁ ରକ୍ଷା ପାଇବା ପାଇଁ ନିଜ ବାହନ କୁ ସବୁବେଳେ ସଫା ସୁତୁରା ରଖନ୍ତୁ l
* ଶନି ହେଉଛନ୍ତି କର୍ମ ଫଳଦାତା , ଯଦି ତାଙ୍କର କ୍ରୁର ଦୃଷ୍ଟିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ନିଜର ସେବକ ବା ଚାକର, ଗରୀବ ଓ ଭିକାରୀ ମାନଙ୍କର ସମ୍ମାନ କରନ୍ତୁ l ଏହାଦ୍ୱାରା ଶନି ଙ୍କ କୃପା ପାଇବେ l
* ରାହୁ କୋପ ଯେଉଁ ମାନଙ୍କ ଉପରେ ରହିଥାଏ ସେମାନେ ବିଭିନ୍ନ କଷ୍ଟ ଲାଭ କରନ୍ତି l ତେଣୁ ରାହୁ ଙ୍କ କୃପା ଲାଭ କରିବା ପାଇଁ ଠିକ ସମୟରେ ଶୁଅନ୍ତୁ l
* କେତୁ ଙ୍କ ସନ୍ତୁଷ୍ଟ କରିବା ଖୁବ ସହଜ, ଯେଉଁ ବ୍ୟକ୍ତିମାନେ ନିଜର ପଡି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ କରନ୍ତି ନାହିଁ ସେମାନେ ଜୀବନ ରେ କେତୁଙ୍କ କ୍ରୋଧର ଶିକାର ହୁଅନ୍ତି l ତେଣୁ କେତୁ ସନ୍ତୁଷ୍ଟ କରିବା ପାଇଁ ନିଜର କାର୍ଯ୍ୟ କୁ ସମ୍ପାଦନ କରନ୍ତୁ l

Leave A Reply