Odisha news

ଚିକିତ୍ସାଧୀନ ଅବସ୍ଥାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ

0

ଭୁବନେଶ୍ବରରେ ଚିକିତ୍ସାଧୀନ ଅବସ୍ଥାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ। l ପ୍ରବଳ ଚେଷ୍ଟା ସତ୍ୱେ ଡାକ୍ତରୀ ଟିମ ନବ ଦାସସ ଙ୍କୁ ବଞ୍ଚାଇ ପାରିଲେ ନାହିଁ l ଗୁଳିମାଡ଼ର ଶିକାର ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠିତ ହୋଇଥିଲା । ଏହି ଦଳରେ ସର୍ଜରି, ଆନେସ୍ଥେସିଆ, ନ୍ୟୁରୋ, ମେଡିସିନ, କାର୍ଡିଆକ ଇତ୍ୟାଦି ବିଭାଗର ବରିଷ୍ଠ ଡାକ୍ତର ମାନେ ଚିକିତ୍ସ୍ୟା ରେ ଉପସ୍ଥିତ ଥିଲେ । । ସେହିପରି କଟକ ବଡ଼ ଡାକ୍ତରଖାନରୁ ସିଟିଭିଏସ, ସର୍ଜରି ଓ ନିଶ୍ଚେତକ ବିଭାଗର ଟିମ ଭୁବନେଶ୍ୱରରେ ତାଙ୍କର ସମସ୍ତ ଚେଷ୍ଟା କରିଥିଲେ l କିନ୍ତୁ ସମସ୍ତ ଚେଷ୍ଟା ସତ୍ୱେ ନବ ଦାସ ସେସ ନିସ୍ୱାଶ ତ୍ୟାଗ କରିଥିଲେ l

ଘଟଣାରୁ ପ୍ରକାଶ ଯେ ପ୍ରଥମେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ ଭୁବନେଶ୍ବରକୁ ଏୟାରଲିଫ୍ଟିଂ କରି ଅଣ ଯାଇଥିଲା ଓ ଆପୋଲ ହସ୍ପିଟାଲ ରେ ଭର୍ତି କରାଯାଇଥିଲା l

ବ୍ରଜରାଜନଗରର ଗାନ୍ଧୀଛକ ଫାଣ୍ଡିର ଏଏସଆଇ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ଼ ହୋଇଥିଲା l ଗୁଳିଟି ତାଙ୍କ ଛାତିର ବାମ ପାଖରେ ବାଜିଥିଲା । ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବ୍ରଜରାଜନଗର ଆସିଥିଲେ। ସେ ଏକ ବିରାଟ ଶୋଭାଯାତ୍ରାରେ ଆସୁଥିବା ବେଳେ ଜଣେ ଫାଣ୍ଡି ଅଧିକାରୀ ଗୋପାଳ ଦାସ ଅତି ନିକଟରୁ ତାଙ୍କ ସର୍ଭିସ ରିଭଲଭରରେ ଗୁଳିମାଡ଼ କରିଥିଲେ l

ନବ ଦାସଙ୍କ ମୃତ୍ୟୁ ପରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପରିବାରକୁ ଭାବ ପୁର୍ଣ ସମବେଦନା ଜଣାଇଛନ୍ତି l

Nalco
Leave A Reply