Odisha news

ଗବେଷଣା କହୁଛି ଅତ୍ୟଧିକ ଷୋରିଷ ସେବନ ହୋଇପାରେ ୪ଟି ଭୟଙ୍କର ରୋଗର କାରଣ

0

ସୋରିଷ ଅନେକ ଭାରତୀୟ ଖାଦ୍ୟ ରେ ବ୍ୟବହୃତ ହେଉଥିବା ଗୋଟିଏ ମସଲା ଅଟେ l  ଏହାକୁ ଅନେକ ଗୁଡିଏ ଡ଼ିସ ରେ ପ୍ରୟୋଗ କରାଯାଇଥାଏ l  ଭାରତୀୟ ବ୍ୟଞ୍ଜନ ର ସ୍ୱାଦ ଏହା ବିନା ଅଧୁରା ଅଟେ l  ଭାରତର ବିଭିନ୍ନ ସ୍ଥାନରେ ପ୍ରାୟ ସୋରିଷ କୁ ଅଲଗା ଅଲଗା ଭାବରେ ଖାଦ୍ୟ ରେ ବ୍ୟବହାର କରାଯାଇ ଥାଏ l  ଗବେଷକ ଙ୍କ ମତରେ ସୋରିଷ ମସଲା ବଟା ଭାବରେ ହେଉ କିମ୍ବା ତେଲ ଭାବରେ ହେଉ ଆଇରନ, ମଗ୍ନେଶୀୟମ, ଜିଙ୍କ, ଫସଫରସ ଓ କ୍ୟାଲସିୟମ ଭଳି ଜରୁରୀ ମିନେରାଲସ ରେ ଭରପୁର ହୋଇଥାଏ l  ଏହା ଓ଼ମେଗା 3 ଫ୍ୟାଟି ଏସିଡ ର ମଧ୍ୟ ଗୋଟିଏ ଭଲ ସ୍ରୋତ ଅଟେ ଓ ଏଥିରେ ଆଣ୍ଟି ଅକ୍ସିଡାଂଟ ଗୁଣ ଭରପୁର ରହିଛି l  ସୋରିଷ ସେବନ ଦ୍ୱାରା ମାଂସପେଶୀ ଓ ଆଣ୍ଠୁଗଣ୍ଠି ଯନ୍ତ୍ରଣା ହ୍ରାସ ହୋଇଥାଏ l

ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଏତେଗୁଡିଏ ପୋଷାକ ତତ୍ତ୍ୱରେ ଭରପୁର ହୋଇ ମଧ୍ୟ କିଭଳି ଶରୀର ପାଇଁ କ୍ଷତିକାରକ ଅଟେ , ଆସନ୍ତୁ ଜାଣିବା କଣ ରହିଛି ଗବେଷକ ଙ୍କ ମତ –
– ଏଲର୍ଜୀ –
ଫୁଡ ଏଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ଅନୁସାରେ ପ୍ରତି ବର୍ଷ ପାଖାପାଖି ୩୦ ହଜାର ଆମେରିକୀୟ ଗମ୍ଭୀର ଫୁଡ ଏଲର୍ଜୀ କାରଣରୁ ଡାକ୍ତରଖାନା ରେ ଭର୍ତି ହୋଇ ଥାଆନ୍ତି l  ଯେଉଁଥିରେ ପାଖାପାଖି ୨ ଶହ ଲୋକ ନିଜର ପ୍ରାଣ ହରାଇ ଥାଆନ୍ତି l  ଗବେଷକ ଙ୍କ ମତରେ ସୋରିଷ ର ଏଲର୍ଜୀ ସବୁଠୁ ବଡ଼ ଗମ୍ଭୀର ଏଲର୍ଜୀ ଭାବରେ ଗ୍ରହଣ କରାଯାଇଥାଏ l  ଏହାକୁ ଅଧିକ ସେବନ ଦ୍ୱାରା ଏନାଫିଲେକ୍ଟିକ ସଙ୍କ ମଧ୍ୟ ହୋଇପାରେ l

– ସୋରିଷ ଦ୍ୱାରା ହେଉଥିବା ଏଲର୍ଜୀ –
ତ୍ୱଚା ରେ ନାଲି ନାଲି ଦାନା ବାହାରିବା
– ଅଣନିଶ୍ୱାସୀ ଲାଗି ଭୟ ଲାଗିବା
– ମୁଣ୍ଡ ବୁଲାଇବା
– ବିଚଳିତ ଲାଗିବା
– ଗ୍ୟାସ ସମସ୍ୟା ଦେଖା ଯାଇଥାଏ

* ହାର୍ଟ ପ୍ରଭାବିତ ହୋଇଥାଏ –
ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତ ଅନୁସାରେ ସୋରିଷ ତେଲରେ ଇରୁସିକ ଏସିଡ ର ଲେବୁଲ ଖୁବ ହାଇ ରହିଥାଏ l  ଯାହା ଆପଣଙ୍କ ହାର୍ଟ କୁ ପ୍ରଭାବିତ କରିଥାଏ ଓ କ୍ଷତି କରିଥାଏ l  ସୋରିଷ ଅଧିକ ସେବନ ଦ୍ୱାରା ମlୟୋକାର୍ଡିୟଲ ଳିପିଡଶିଶ ଅର୍ଥାତ ଯାହାକୁ ହାର୍ଟ ର ଫ୍ୟାଟି ଡିଜନରେଶନ ବୋଲି କୁହାଯାଇଥାଏ l  ଯାହାଦ୍ୱାରା ଟ୍ରାଇଗ୍ଲିସରାଇଡ ନିର୍ମାଣ କାରଣରୁ ହୃତ୍ପିଣ୍ଡ ର ମାଂସପେଶୀ ପ୍ରଭାବିତ ହୋଇଥାଏ l  ଏହି କାରଣରୁ ହାର୍ଟ ଫେଲିଅର ସମସ୍ୟା ହୋଇପାରେ l

* ଫୁସଫୁସ କ୍ୟାନ୍ସର –
ସୋରିଷ ତେଲରେ ରହିଥିବା ଇରୁଷିକ ଏସିଡ ଫୁସଫୁସ ରେ ଅସୁବିଧାର କାରଣ ହୋଇଥାଏ l  ସୋରିଷ ରେସ୍ପିରେଟୋରି ସିଷ୍ଟମ କୁ ପ୍ରଭାବିତ କରିଥାଏ l  ଯେଉଁ କାରଣରୁ ପ୍ରଶ୍ୱାସ ନେବାକୁ ଅସୁବିଧା ହୋଇଥାଏ l ଗୋଟିଏ ଅଧ୍ୟୟନ ଅନୁସାରେ ଦୀର୍ଘ ସମୟ ଧରି ସୋରିଷ ତେଲ ସେବନ ଫୁସଫୁସ କ୍ୟାନ୍ସର ର କାରଣ ହୋଇପରେ l

* ପ୍ରସବ କରିବାରେ ହୋଇପାରେ ଅସୁବିଧା –
ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତ ଅନୁସାରେ ଗର୍ଭବତୀ ମହିଳା ସୋରିଷ ତେଲ କିମ୍ବା କଲା ସୋରିଷ ଅଧିକ ସେବନ କରିବା ଉଚିତ ନୁହେଁ l  ଏଥିରେ କିଛି କେମିକାଲ କମ୍ପାଉଣ୍ଡ ରହିଛି ଯାହାକି ଶିଶୁ ପାଇଁ କ୍ଷତିକାରକ ହୋଇପାରେ l  ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ହୋଇଥିବା ଅଧ୍ୟୟନ ଅନୁସାରେ ଏହି କେମିକାଲ ଗର୍ଭ ପାତ ର କାରଣ ମଧ୍ୟ ହୋଇପାରେ l

Nalco
Leave A Reply