ଫିଟିକିରି ଓ ସୋରିଷତେଲ ଏହି ୨ଟି ଜିନିଷ ଖୁବ ଉପଯୋଗୀ l ପ୍ରତ୍ୟେକ ଘରେ ଏହି ୨ଟି ଜିନିଷ ଖୁବ ସହଜରେ ମିଳିଯାଇ ଥାଏ l ଆମେ ଶରୀରରେ ବିଭିନ୍ନ ଉପଚାର ପାଇଁ ଏହି ୨ଟି ଜିନିଷକୁ ବ୍ୟବହାର କରିଥାଉ l ଏହି ୨ଟି ଜିନିଷ ଔଷଧୀୟ ଗୁଣରେ ଭରପୁର ଅଟେ l ଫିଟିକିରି ରେ ଆଣ୍ଟିଅକ୍ସିଡାଣ୍ଟ , ଆଣ୍ଟିଇଂଫ୍ଲାମେଟରୀ ଗୁଣ, ଆଣ୍ଟି ବାୟୋଟିକ , ଆଣ୍ଟି ବ୍ୟାକ୍ଟେରିଆ, ଆଣ୍ଟି ଫଙ୍ଗlଲ ଗୁଣ, ରେ ଭରପୁର ଅଟେ l ସୋରିଷତେଲ ଗୋଟିଏ ପ୍ରାକୃତିକ ମଇଶ୍ଚରାଇଜର, ହେଲଦି ଫ୍ୟାଟସ ଯେପରିକି ମୋନୋସାଚୁରେଟେଡ଼ ଫ୍ୟାଟି ଏସିଡ, ପଲି ସାଚୁରେଟେଡ଼ ଫ୍ୟାଟି ଏସିଡ, ଓମେଗା – 3 ଓ 6 ଭରପୁର ମାତ୍ରା ରେ ରହିଛି l
ଯେତେବେଳେ ଫିଟିକିରି ଓ ସୋରିଷ ତେଲ ଏକ ସହ ମିଶାଇ ତ୍ୱଚା ଓ କେଶ ରେ ଲଗା ଯାଇଥାଏ ଏହାଦ୍ୱାରା ତ୍ୱଚା ସମ୍ବନ୍ଧୀୟ ଅନେକ ଅସୁବିଧା ଦୂର ହୋଇଥାଏ l
୧) ଯଦି ଆପଣ କେଶରେ ଫିଟିକିରି ଓ ସୋରିଷ ତେଲ କୁ ମିଶାଇ କେଶ ରେ ମାଲିସ କରିବେ ତେବେ କେଶ କଳା ହେବ l ଏହାଛଡା ଏଥିରେ କିଛି ମାତ୍ରାରେ ମେହେନ୍ଦି ଗୁଣ୍ଡ ମିଶାଇ ଦେବା ଦ୍ୱାରା ଏହା କେଶ ପାଇଁ ଖୁବ ଉପଯୋଗୀ l
୨ ) ଫିଟିକିରି ଓ ସୋରିଷ ତେଲରେ ରହିଥିବା ଔଷଧୀୟ ଗୁଣ ସ୍କାଳ୍ପ ରେ ରହିଥିବା ହାନିକାରକ ବ୍ୟାକ୍ଟେରିଆ କୁ ଦୂର କରି ମୁଣ୍ଡ କୁଣ୍ଡାଇ ହେବା ଦୂର କରିଥାଏ l ଏହା ରୁପି ସମସ୍ୟା ଦୂର କରିଥାଏ l
୩) ଏହି କମ୍ବିନେସନ ତ୍ୱଚା କୁ ଉଜ୍ଜଳ କରିବା ସହିତ କୋମଳ କରିଥାଏ l ଏହାଛଡା ମୁଖର ବ୍ରଣ, ଦାଗ ଦୂର ହୋଇଥାଏ l ତ୍ୱଚାକୁ ହାନିକାରକ ବ୍ୟାକ୍ଟେରିଆ, ସହିତ ତ୍ୱଚାକୁ ଲଢ଼ିବାରେ ସାହାଯ୍ୟ କରିଥାଏ l
୪) ଏହି ୨ଟି ସମିଶ୍ରଣ ତ୍ୱଚା ରେ କୁଞ୍ଚନ ଆସିବାକୁ ଦେଇନଥାଏ l ତ୍ୱଚାକୁ ଟାଇଟ କରିବାରେ ସାହାଯ୍ୟ କରେ l ମୃତ କୋଷିକା କୁ ଠିକ କରିବାରେ ସାହାଯ୍ୟ କରେ l
୫) ସୋରିଷତେଲ ଓ ଫିଟିକିରି ମିଶ୍ରଣ କେଶ ମୂଳ କୁ ଶକ୍ତ କରି କେଶ ଝଡ଼ିବାରୁ ରକ୍ଷା କରିଥାଏ l ନୂତନ କେଶ ଉଠିବାରେ ମଧ୍ୟ ସାହାଯ୍ୟ କରିଥାଏ l
କିପରି କରିବେ ପ୍ରୟୋଗ –
ଗୋଟିଏ ପାତ୍ରରେ ୨୦ ମିଲି ସୋରିଷତେଲ ନିଅନ୍ତୁ ଓ ସେଥିରେ ୪ ଚାମଚ ଫିଟିକିରି ଗୁଣ୍ଡ ମିଶାନ୍ତୁ l ଏହାକୁ ଗରମ କରି ଫିଟିକିରି କୁ ମିଳାଇବାକୁ ଦିଅନ୍ତୁ l ଏହାପରେ ଉଷୁମ ଉଷୁମ ତ୍ୱଚା ଓ କେଶ ରେ ମାଲିସ କରନ୍ତୁ l ୩୦ ମିନିଟ ରଖିବା ପରେ ତାହାକୁ ଧୋଇ ଦିଅନ୍ତୁ l
