Odisha news

ତେଜପତ୍ର ଓ ସୋରିଷ ତେଲକୁ ଗରମ କରି ମାଲିସ କରିବା ମିଳିଥାଏ ଏହିସବୁ ରୋଗରୁ ଆରାମ

0

ପ୍ରତ୍ୟେକ ଭାରତୀୟ ଙ୍କ ଘରେ ତେଜପତ୍ର ଓ ସୋରିଷ ତେଲ ଦେଖିବାକୁ ମିଳିଥାଏ l ଏହି ଦୁଇଟି ଜିନିଷ ରୋଷେଇ ଘରେ ଉପଯୋଗ ହେବା ସହ ଶରୀରର ବିଭିନ୍ନ ସମସ୍ୟା ପାଇଁ ଖୁବ ସହଜରେ ଦୂର ହୋଇଥାଏ l

୧ – ତେଜପତ୍ର ଓ ସୋରିଷତେଲ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାକୁ କମ କରିବାରେ ସାହାଯ୍ୟ କରିଥାଏ l ସେଥିପାଇଁ ଆପଣ ଗୋଟିଏ ପାତ୍ରରେ ସୋରିଷ ତେଲ ନେଇ ୨ ଟି ତେଜପତ୍ର ପକାନ୍ତୁ l ବର୍ତମାନ ଏହାକୁ ଗରମ କରନ୍ତୁ l ଏହାପରେ ଏହି ତେଲ କୁ ଶରୀରରେ ମାଲିସ କରିବା ଦ୍ୱାରା ଏହାଦ୍ୱାରା ଗଣ୍ଠି ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ l

୨ – ଅଧିକାଂଶ ଲୋକ ନିଜ ଶରୀରକୁ ସୋରିଷତେଲ ରେ ମାଲିସ କରି ଥାଆନ୍ତି l ଏହା ତ୍ୱଚା କୁ ପୋଷଣ ଦେଇଥାଏ l ସୋରିଷତେଲ ରେ ଆଣ୍ଟି ଅକ୍ସିଡେଣ୍ଟ ଓ ଭିଟାମିନ ଇ ରହିଥାଏ l ଏହି ପୋଷାକ ତତ୍ୱ ବଢ଼ୁ ଥିବା ବୟସରେ ତ୍ୱଚାକୁ ପୋଷଣ ଯୋଗାଇ ସୁନ୍ଦର ରଖିଥାଏ l ସୋରିଷତେଲ ଏଜିଙ୍ଗ ଲକ୍ଷଣ କୁ ରିମୁଭ କରିଥାଏ l

୩ – ତେଜପତ୍ର ଓ ସୋରିଷତେଲ କୁ ମିଶାଇ ଲଗାଇବା ଦ୍ୱାରା ମସଲସ ରିଲାକ୍ସ ହୋଇଥାଏ l ଏହାଛଡା ମାଂସପେଶୀ ମଧ୍ୟ ଶକ୍ତ ହୋଇଥାଏ l

୪ – ତେଜପତ୍ର ଓ ସୋରିଷତେଲ କୁ ଗରମ କରି ମାଲିସ କରିବା ଦ୍ୱାରା ଶରୀରରେ ବ୍ଲଡ଼ ଶର୍କୁଲେସନ ଠିକ ଭାବରେ ହୋଇଥାଏ l ଏହାଦ୍ୱାରା ବ୍ଲଡ଼ ସମ୍ପୂର୍ଣ ଶରୀରରେ ପହଞ୍ଚି ଥାଏ l ପ୍ରତିଦିନ ଏହି ତେଲରେ ଶରୀର ଓ ମୁଣ୍ଡକୁ ମାଲିସ କରିବା ଦ୍ୱାରା ମୁଣ୍ଡବିନ୍ଧା, ମାଇଗ୍ରେନ ସମସ୍ୟା ମଧ୍ୟ ଠିକ ହୋଇଥାଏ l

୫ – ସୋରିଷ ତେଲ ଓ ତେଜପତ୍ର କୁ ମିଶାଇ ଗରମ କରି ଶରୀରରେ ମାଲିସ କରିବା ଦ୍ୱାରା ଥଣ୍ଡା ଜନିତ ସମସ୍ତ ଦୂରେଇ ଯାଇଥାଏ l ଯେପରିକି ବଦଳୁଥିବା ଋତୁରେ ଯଦି ଆମେ ଏହି ତେଲ କୁ ନିୟମିତ ଶରୀରରେ ମାଲିସ କରିବା ତେବେ ସଂକ୍ରମଣ ରୁ ଆରାମ ମିଳିବ l

Leave A Reply