Odisha news

ବାରିପଦା ପୌରପରିଷଦ ପକ୍ଷରୁ ସହରରେ ୨ଟି ଅତ୍ୟାଧୁନିକ ପରିଶ୍ରାଗାର ଉଦ୍ଘାଟିତ

0

ବାରିପଦା : ବାରିପଦା ସହରର ୧୪ଗୋଟି ୱାର୍ଡରେ ମିଶନଶକ୍ତି ଗୃହ, ୱାର୍ଡ ନଂ ୨୬ରେ ଅଣୁ ଜୈବଖତ ପ୍ରସ୍ତୁତି କେନ୍ଦ୍ର (ମାଇକ୍ରୋ କମ୍ପଷ୍ଟିଂ ସେଣ୍ଟର) ଏବଂ ସ୍ଥାନୀୟ ମାତୃମଙ୍ଗଳ କେନ୍ଦ୍ର ସମ୍ମୁଖରେ ଏକ ଅତ୍ୟାଧୁନିକ ପରିଶ୍ରାଗାର (ଲୁ) ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଅଛି । ବାରିପଦା ପୌରପାଳିକା ଅନ୍ତର୍ଗତ ୨୬ଗୋଟି ୱାର୍ଡରେ ମିଶନଶକ୍ତି ଗୃହନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଥିବାବେଳେ ଆଜି ସୁଦ୍ଧା ୧୫ଗୋଟି ୱାର୍ଡରେ ମିଶନଶକ୍ତି ଗୃହ ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିଛି । ଅବଶିଷ୍ଟ ୧୧ଗୋଟି ଗୃହ ଆସନ୍ତା ଏପ୍ରିଲ ମାସ ଶେଷ ସୁଦ୍ଧା ଉଦ୍ଘାଟିତ ହେବାର ଲକ୍ଷ୍ୟ ରଖାଯାଇଅଛି ।

ସେହିପରି ଆଜି ଉଦ୍ଘାଟିତ ଭୁଗୁଡାକଟା ୱାର୍ଡ ନଂ ୨୬ର ଅଣୁଜୈବିକ ଖତ ପ୍ରସ୍ତୁତି କେନ୍ଦ୍ରକୁ ମିଶାଇ ବାରିପଦା ପୌରାପଞ୍ଚଳ ମଧ୍ୟରେ ୬ଗୋଟି କେନ୍ଦ୍ର କାର୍ଯ୍ୟକାରୀ ହେଉଅଛି । ଏହି କେନ୍ଦ୍ର ଗୁଡିକରେ ପାଶ୍ୱର୍ବର୍ତ୍ତୀ ବିଭିନ୍ନ ୱାର୍ଡର ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇ ଏହାକୁ କେନ୍ଦ୍ରରେ ପୃଥକୀକରଣ କରାଯିବା ସହିତ ଅତ୍ୟାଧୁନିକ ମେସିନରେ ପକାଯାଇ ଖତ ପ୍ରସ୍ତୁତ କରାଯାଇଥାଏ, ଯାହା ବିକ୍ରୟ ଯୋଗ୍ୟ ଅଟେ ଏବଂ ଚାଷ ପାଇଁ ଅତ୍ୟନ୍ତ ଉକ୍ରୃଷ୍ଟ ଅଟେ । ଆଜି ଉଦ୍ଘାଟିତ ହୋଇଥିବା ପରିଶ୍ରାଗାର (ଲୁ) ଉଭୟ ପୁରୁଷ ଓ ମହିଳାମାନଙ୍କ ବ୍ୟବହାର ନିମନ୍ତେ ବାରିପଦା ପୌରପାଳିକା ତରଫରୁ ଜନସାଧାରଣଙ୍କ ସେବାରେ ଉତ୍ସର୍ଗ କରାଯାଇଅଛି । ନିକଟରେ ଏଭଳି ଅତ୍ୟାଧୁନିକ ୩୦ଗୋଟି ପରିଶ୍ରାଗାର ବାରିପଦା ସହରର ବିଭିନ୍ନ ଅଞ୍ଚଳରେ ଜନସାଧାରଣଙ୍କ ବ୍ୟବହାର ପାଇଁ ନିର୍ମାଣ କରାଯିବାର ଲକ୍ଷ୍ୟ ରଖାଯାଇ ବିଭିନ୍ନ ସ୍ୱୟଂସହାୟିକା ଗୋଷ୍ଠୀକୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଅଛି ।

ଆଜିକାର ଏହି ଉଦ୍ଘାଟନୀ ଉତ୍ସବରେ ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତଥା ଡୁଡାର ନିର୍ବାହୀ ଅଧିକାରୀ ଦୌଲତ ଚନ୍ଦ୍ରକାର, ଉପନଗରପାଳ ସୀମା ଦାସ, ପୌର ଅଧିକାରୀ ରାଖାଲଚନ୍ଦ୍ର ପରିଡା, ଜିଲ୍ଲା ମିଶନ ଶକ୍ତି ଅଧିକାରିଣୀ ଭାରତୀ ବେଶ୍ରା, ସିଡିପିଓ ଟୁକୁ ପଟ୍ଟନାୟକ, କାଉନ୍ସିଲର ଅନନ୍ତ ଦାସ, ସୁକେଶିନୀ ସେଠୀ, ଭାଗ୍ୟଲକ୍ଷ୍ମୀ ନାୟକ, ଲକ୍ଷ୍ମୀଧର ହାବୋଡା, ସୁଧିର ବାରିକ, ଦେବାଶିଷ ପାତ୍ର, ପ୍ରଶାନ୍ତ ବେହେରା, ଅମ୍ବିକା ସାହୁ, ଶିଖା ସ୍ୱାଇଁ, ଦିପ୍ତିରାଣୀ ପଟ୍ଟନାୟକ, ରୀନା ଶର୍ମା, ସବିତା ପାଲ, ଜଗବନ୍ଧୁ ମୁଖୀ, ପ୍ରଭାତି ପୃଷ୍ଟି, ଜିତା ସିଂ, ଶିବଶଙ୍କର ପାତ୍ର, ଦିଗବିଜୟ ହାଁସଦା, ପୌରଯନ୍ତ୍ରୀ ସଚ୍ଚିଦାନନ୍ଦ ଶତପଥୀ, ଇଂଜିନିୟର ମନମୋହନ ମହାପାତ୍ର, ଦେବାଶିଷ ସ୍ୱାଇଁ, ଯାଦବେନ୍ଦ୍ର ମହାପାତ୍ର, ଅଜୟ ଦାସ , ଡୁଡା ଟିମ ଲିଡର ତାପସ ନାୟକ, ଲୋମାଜିନ ସାମଲ, ସାନିଟାରୀ ଏକ୍ସପୋର୍ଟ ଗୌରୀଶଙ୍କର ପଟ୍ଟନାୟକ, ଅମ୍ଲାନ ପଟ୍ଟନାୟକ, ସିଦ୍ଧାର୍ଥ ଶଙ୍କର ପାତ୍ର, ସିଟି ମ୍ୟାନେଜର ଅର୍ବାନ ମନୋରଂଜନ ପାଣିଗ୍ରାହୀ, ମୁକ୍ତା ଏକ୍ସପୋର୍ଟ ମନୋରଞ୍ଜନ ବେହେରା, ଗୋଷ୍ଠୀ ସଂଗଠିକା ଦିପ୍ତୀ ମହାନ୍ତ, ନମିତା ସାମଲ ଓ କୁନିଆ ସାହୁ ପ୍ରମୁଖଙ୍କ ସହିତ ବିଭିନ୍ନ ମିଶନଶକ୍ତି ସଂଘର ସହସ୍ରାଧିକ ମହିଳା ଯୋଗ ଦେଇଥିଲେ ।

Nalco
Leave A Reply